ଭୁତାପଡା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ କଳସାଧିବାସ

ସମ୍ବଲପୁର,(ଲିପନ ନାୟକ): ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ ରବିବାର ଆଶ୍ଵିନ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରେ କଳସାଧିବାସ ଓ ବିଲ୍ଲବରନୋତ୍ସବ ତଥା ନବ ପତ୍ରିକା ଆନୟନ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟା ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ନିହାର କୁମାର ମାହାନା,ରବୀନ୍ଦ୍ର ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ଧୂଚୁରାପଡ଼ା ନିବାସୀ ଶ୍ରୀ ସରୋଜ ସାହୁ ଏବଂ ଶ୍ରୀମତୀ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ