ଦିବ୍ୟଜୀବନ ସଂଘ ପକ୍ଷରୁ ଆସିକାରେ ନବରାତ୍ରୀ ପୂଜା

ଆସିକା (ୱାଇଏନ୍‍ଏସ୍‍) : ଦିବ୍ୟଜୀବନ ସଂଘ ଆସିକା ଦିବ୍ୟଜିଲ୍ଲା ଅନ୍ତର୍ଗତ ଦିବ୍ୟଜୀବନ ସଂଘ ଆସିକା ଶାଖା ପକ୍ଷରୁ ଗତ ୨୨ ତାରିଖ ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଚାଲିଥିବା କରୁଣାମୟୀ ମା ଦୁର୍ଗାଙ୍କ ନବରାତ୍ରୀ ତଥା ନବଦିନର ପୂଜା, ପାଠ ଓ ଉପାସନା କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି । ଦିବ୍ୟଜାବନ ସଂଘ ଆସିକା ଶାଖା ପକ୍ଷରୁ ଚାଲିଥିବା ନବରାତ୍ର ପୂଜା କାର୍ଯ୍ୟକ୍ରମରେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ଅବସରରେ ଦିବ୍ୟଜୀବନ ସଂଘ ଆସିକା ଶାଖା କାର୍ଯ୍ୟାଳୟରେ ନବରାତ୍ରୀ ପୂଜା ଅବସରରେ ପ୍ରାର୍ଥନା, ଜପ, ଧ୍ୟାନ, ଶ୍ରୀଗୁରୁପାଦୁକା ପୂଜା, ହୋମ, ଯଜ୍ଞ, ସାମୂହିକ ଭାବେ ଭାଗବତ ପାଠ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହେଉଛି । ଦିବ୍ୟଜୀବନ ସଂଘ ଆସିକା ଶାଖାର ସଭାପତି ବିଜୟ ଚନ୍ଦ୍ର ଦାଶ ଓ ସଂପାଦକ ରମେଶ ଚନ୍ଦ୍ର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ନବରାତ୍ର ପୂଜା କାର୍ଯ୍ୟକ୍ରମରେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ନବରାତ୍ରୀ ପୂଜାର ଆଧ୍ୟାତ୍ମିକ ମହତ୍ୱ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ପରମପୂଜ୍ୟ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସଦ୍‍ଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସାନିଧ୍ୟ ଓ ସତ୍‍ମାର୍ଗ ପାଇଁ ଆଧ୍ୟାତ୍ମିକ ବାର୍ତ୍ତା ଚିନ୍ତନ ଓ ଶ୍ରବଣ ହିଁ ଏକମାତ୍ର ମାର୍ଗ ବୋଲି ପ୍ରକାଶ କରି ମନୁଷ୍ୟ ସମାଜ ସୀମିତ ସମୟ ମଧ୍ୟରେ ସକଳ ଦୁଃଖକଷ୍ଟକୁ ଦୂର କରି କିପରି ସୁଖଶାନ୍ତିରେ ରହିପାରିବ ତାହାରି ଉପରେ ମଧ୍ୟ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଦିବ୍ୟଜୀବନ ସଂଘ ଆସିକା ଶାଖା ପକ୍ଷରୁ ଦୀର୍ଘ ଆୟୋଜିତ ଶାରଦୀୟ ନବରାତ୍ରୀ ପୂଜା ଅବସରରେ ଅନୁଷ୍ଠିତ ହୋଇଥିବା ନବଦିନାତ୍ମକ ପୂଜା ଓ ଉପାସନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଳୁ ଭକ୍ତ ଦେବହରି ମହାନ୍ତି, କେ.ମନମୋହନ ସେନାପତି, ସୁଧାଂଶୁ କୁମାର ପଣ୍ଡା, ରାମପ୍ରସାଦ ପୃଷ୍ଟି, ଭାସ୍କର ଆଚାରୀ, ବିଜୟ କୁମାର ସାସମଲ, ପ୍ରଶାନ୍ତ କୁମାର ବିଷୋୟୀ, ଅଶ୍ୱିନୀ କୁମାର ବିଷୋୟୀ, ଲକ୍ଷ୍ମୀ ଆଚାରୀ, ବାଲରାଜୁ ଆଚାରୀ, ଟି.ଟୁନା ଆଚାରୀ, ଗଣେଶ ଆଚାରୀ, ତ୍ରିଲୋଚନ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାରଣା, ଦିଲୀପ କୁମାର ଗୌଡ, ଶିବଶଙ୍କର ପାତ୍ରଙ୍କ ସମେତ ହିଞ୍ଜିଳିକାଟୁ, ବୁଗୁଡା, ପୋଲସରା, ଭେଟନଇ, ବାଲିଛାଇ, କୋଟିନଡା, ଶେରଗଡ, ମୁଣ୍ଡମରାଇ, ଖଣ୍ଡବନ୍ଧ, ମଣ୍ଟାପଡା, କବିସୂର୍ଯ୍ୟନଗର, ଚିନିଶିଳ୍ପ ନୁଆଗାଁ, ବାବନପୁର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଦିବ୍ୟଜୀବନ ସଂଘ ଶାଖାର ଶତାଧୀକ ସାଧକ, ସାଧିକା, ଶ୍ରଦ୍ଧାଳୁ ଭକ୍ତ ଯୋଗଦେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ