କୁରାଢ଼ିଘସାରେ ରାବଣପୋଡି ଉତ୍ସବ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତ କୁରାଢ଼ିଘସାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନ୍ୟ ସବୁ ସ୍ଥାନରେ ଦଶହରା ଦିନ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ଦଶହରା ପରଦିନ ରାବଣ ପୋଡି ହୋଇଥାଏ। ଏଥିଲାଗି ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସରପଞ୍ଚ ଅଜିତ ରାଉତ, ବଳରାମ ଗିରି, ରାଜସ୍ବ କ୍ଷେତ୍ର ଅଧିକାରୀ ପୁରସ୍ତମ କୁଅଁର, ସୋସୋ ଥାନା ଆଇଆଇସି ଶିବ ଶଙ୍କର ଆଲଦା, ଦୁର୍ଗା ପୂଜା କମିଟିର ସଭାପତି ଶିବ ପ୍ରସାଦ ବେହେରା, ଶିକ୍ଷାବିତ ଦୟାନିଧି ବେହେରା, ଜଗନ୍ନାଥ ବେହେରା, ଅଭିମନ୍ୟୁ ବେହେରା, ଅମ୍ବରିଶ ସ୍ମୃତି କମିଟିର ମୁଖ୍ୟ ସୁପ୍ରିୟା ବେହେରା ପ୍ରମୁଖ ଯୋଗଦେଇ ରାବଣ ପୋଡିର ଉଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଭାଗ୍ୟଶ୍ରୀ ଜେନା, ଶ୍ରୀକାନ୍ତ ନାୟକ, ପ୍ରିୟଙ୍କା ମହାପାତ୍ର, ଅରୂପାନନ୍ଦ ବେହେରା, ମଳୟ କୁମାର ବେହେରା, ତାପସ ପଣ୍ଡା, ସଂଗୀତା ବେହେରା, ଭକ୍ତିଲତା ବେହେରା, ରଶ୍ମିତା ବେହେରା, ଶ୍ରଦ୍ଧାଞ୍ଜଳି ବେହେରା, ତନୁଶ୍ରୀ ବେହେରା, ସାଧନା ମଞ୍ଜରୀ ବେହେରା, ତୃପ୍ତି ତନ୍ମୟୀ ନାୟକ, ବୃତ୍ତିଧାରୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତ୍ୟୁଷ୍ଣା ପ୍ରିୟ ଦର୍ଶନୀ ବେହେରା, କ୍ରିତି କ୍ରିଷ୍ଣା ନାୟକ, ସ୍ବର୍ଣ୍ଣ ପ୍ରିୟ ହାଁସଦା, ପ୍ରଦୀପ ରାଉତଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୁଷୋତ୍ତମ କୁଅଁର ପଢିଆରିପଲ୍ଲୀ ହାଇସ୍କୁଲର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରୀ ଭାଗ୍ୟଶ୍ରୀ ଜେନାଙ୍କୁ ପାଞ୍ଚ ହଜାର ଅର୍ଥ ରାଶି ସହ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧୂକାର କରିଥୂବା ଛାତ୍ରଛାତ୍ରୀଙ୍କୁ, ଓ ୯୦%ରୁ ଅଧୂକ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ଏବଂ ବୃତି ପାଇଥିବା ମେଧା ଛାତ୍ରଛାତ୍ରୀଙ୍କୁ ଦୀର୍ଘ ୨୪ ବର୍ଷ ଧରି ଶ୍ରୀଯୁକ୍ତ କୁଅଁର ଉକ୍ତ ପ୍ରୋତ୍ସାହନ ରାଶି ସହ ଦଶମରେ ଶ୍ରେଷ୍ଠ ସ୍ଥାନ ଅଧୂକାର କରିଥିବା ଛାତ୍ରଛାତ୍ରୀଙ୍କୁ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଆସୁଛନ୍ତି। ଶେଷରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡି ଉତ୍ସବରେ ବିଧାୟକ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ମେଲୋଡି ପ୍ରଦର୍ଶିତ ହୋଇଥିଲା।