ମୁନିଗୁଡାରେ ମାଁ ଦୁର୍ଗାଙ୍କ ମେଲାଣି ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଅନୁଷ୍ଠିତ ହେଉଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଓ ଓଡିଶା ବନ ଉର୍ନୟନ ନିଗମ ଦୁଇଟି ସ୍ଥାନର ଦୁର୍ଗାପୂଜା ଶୁକ୍ରବାର ମହା ଆଡମ୍ବରର ସହ ମାଁ ଙ୍କ ବିସର୍ଜନ ସହ ମାଁ ଙ୍କ ମେଲାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମ ସୁନ୍ଦର ଦାସଙ୍କ ମିଳିତ ପୌରାହିତ୍ୟରେ ବୈଦିକ ରୀତିନୀତି ଅନୁସାରେ ମଣ୍ଡପରେ ମାଆ ଦୁର୍ଗାଙ୍କ ପୂର୍ଣାହୁତି ପୂଜା ସହ ହୋମଯଜ୍ଞ ପରେ ପାରମ୍ପରିକ ବାଦ୍ୟ ସହ ଏକ ସୁସଜିତ ଗାଡ଼ିରେ ମାଁ ଦୁର୍ଗାଙ୍କ ସମେତ ମାଆ ଲକ୍ଷ୍ମୀ,ସରସ୍ବତୀ,କାର୍ତ୍ତିକ ଓ ଗଣେଶଙ୍କୁ ନେଇ ସହର ପରିକ୍ରମା କରିବା ସହ ଶେଷରେ ସମସ୍ତେ ମୂର୍ତ୍ତି ଗୁଡିକୁ ନିକଟସ୍ଥ କୁତ୍ରାଗଡାର ବଂଶଧାରା ନଦୀରେ ରୀତିନୀତି ଅନୁଯାଇ ବିସର୍ଜନ କରାଯାଇଥିଲା l ଏହି ଅବସରରେ ପୂଜା ପେଣ୍ଡାଲ ସମ୍ମୁଖରେ ମଞ୍ଚ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଭଜନସଙ୍ଗୀତ,ନୃତ୍ୟ ଓ ଶିଶୁ କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ଭାବେ ମୁନିଗୁଡା ଏସ୍ଡ଼ିପିଓ ସନ୍ତୋଷିନୀ ଓରାମ,ଆଇଆଇସି ସୌଦାମିନୀ ବେହେରା, ପ୍ରେସକ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ସିମାଞ୍ଚଳ ପଣ୍ଡା,ଗଣେଶ୍ୱର ରାଓ, କ୍ଷମା ସାଗର ଦାସ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଉଦଘାଟନ କରିଥିଲେ l ବିଚାରକ ମଣ୍ଡଳୀ ଭାବେ ସଙ୍ଗୀତ ଗୁରୁ ପ୍ରକାଶ ଚନ୍ଦ୍ର ମୁଦୁଲି ଓ ଅଧ୍ୟାପକ କୃଷ୍ଣଚନ୍ଦ୍ର ମାଲିକ ଉପସ୍ଥିତ ରହି ନୃତ୍ୟ ଗୁଡିକୁ ବିଚାର କରିଥିଲେ l ନୃତ୍ୟରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କଳାକାରଙ୍କ ସମେତ ସମସ୍ତ କଳାକାର ମାନଙ୍କୁ କମିଟି ସଦସ୍ୟଙ୍କ ଉପସ୍ଥିତିରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ କମିଟିର ସଭାପତି ହାଡ଼ିଆ ଗୌଡ଼,ଉପସଭାପତି ରାଜକିଶୋର ବେହେରା,ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ସହ ସମ୍ପାଦକ ନିକୁଞ୍ଜ ଶତପଥୀ,ବୃନ୍ଦାବନ ପାଢ଼ୀ,ଗୌରହରୀ ବନଛୋର,ସଦାନନ୍ଦ ମହାପାତ୍ର,କାଳିଆ ସାବତ,ମଙ୍ଗଳା ସାବତ, ସୁରେଶ ରଥ,ସୁଧାଂଶୁ ଶେଖର ରଥ,ଅରକ୍ଷିତ ପାଢ଼ୀ,ବାବୁଲା ମାଳି,ତରଣୀ ବେହେରା, ଦିଲେଶ୍ଵର ବଗର୍ତି ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l ସେହିପରି ମୁନିଗୁଡାର ବହୁ ପୁରାତନ ଦୁର୍ଗାପୂଜା ଭାବେ ପରିଚୟ ସୃଷ୍ଟି କରିଥିବା ଓଡିଶା ବନ ଉର୍ନୟନ ନିଗମ ତରଫରୁ ମଧ୍ୟ ପୁରହିତ ଅଶୋକ କରଙ୍କ ପୌରାହିତ୍ୟରେ ମହା ଆଡମ୍ବରର ସହ ପାରମ୍ପରିକ ବା ବୈଦିକ ରୀତିନୀତି ଅନୁସାରେ ମଣ୍ଡପରେ ମାଆ ଦୁର୍ଗାଙ୍କ ପୂର୍ଣାହୁତି ପୂଜା ସହ ହୋମଯଜ୍ଞ ପରେ ପାରମ୍ପରିକ ବାଦ୍ୟ ସହ ଏକ ସୁସଜିତ ଗାଡ଼ିରେ ବିସର୍ଜନ ଉତ୍ସବ ପାଳନ କରିବା ସହ ମାଆଙ୍କୁ ମେଲାଣି ଦେଇଥିଲେ l ଶେଷରେ ସମସ୍ତେ ମୂର୍ତ୍ତି ଗୁଡିକୁ ନିକଟସ୍ଥ କୁତ୍ରାଗଡାର ବଂଶଧାରା ନଦୀରେ ରୀତିନୀତି ଅନୁଯାଇ ବିସର୍ଜନ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ