ମୁନିଗୁଡା ଅଞ୍ଚଳର ଭାଗବତ ପ୍ରଚାରକ ବଂଶୀଧର ନନ୍ଦଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧନା

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) ଭୁବନେଶ୍ଵରସ୍ଥିତ ତେରାପନ୍ଥା ଭବନ ପରିସରରେ ଧର୍ମ ଜାଗରଣ ସମନ୍ବୟ, ଓଡ଼ିଶା ପକ୍ଷରୁ ଶ୍ରୀମଦ୍‌ଭାଗବତ ମହୋତ୍ସବ ଓ ଧର୍ମ ଜାଗରଣ କର୍ମଶାଳାରେ ମୁନିଗୁଡା ଅଞ୍ଚଳର ପ୍ରସିଦ୍ଧ ଭାଗବତ ପ୍ରଚାରକ ବଂଶୀଧର ନନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡିଛି l ଧର୍ମ ଜାଗରଣ ସମନ୍ବୟ,ଓଡ଼ିଶାର ପ୍ରମୁଖ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ମହୋତ୍ସବରେ ଉଦଘାଟନ ଉତ୍ସବରେ ଅତିଥିଭାବେ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ,ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଓଡ଼ିଶା ସରକାର ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉଦଘାଟନ କରିଥିବା ଜଣାପଡିଛି l ଓଡ଼ିଶାର ୧୫୦୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ଭାଗବତ ଟୁଙ୍ଗି ଓ ଭାଗବତ ପଢ଼ିବା, ଶୁଣିବା କାର୍ଯ୍ୟ ଚାଲୁ ଅଛି । ଭାଗବତକୁ ପ୍ରଚାର ପ୍ରସାର କରିଥିବା ସମସ୍ତ ପୂଜ୍ୟ ସାଧୁସନ୍ଥ,ଭାଗବତ ଗବେଷକ, ପ୍ରବଚକ,ଭାଗବତ ଟୁଙ୍ଗି ପରିଚାଳକ ଓ ପ୍ରଚାରକ ମାନଙ୍କୁ ସମ୍ବର୍ଦ୍ଧନ କରିବା ଏଥିସହ ଭାଗବତକୁ ଓଡ଼ିଶାର ସବୁ ଗାଆଁ,ବସ୍ତି ଓ ଆହୁରି ଅଧିକ ଘରେ ଘରେ ପହଞ୍ଚାଇବା ଏହି କର୍ମଶାଳାର ମୁଖ୍ୟ ଉଦେଶ୍ୟ ବୋଲି ଧର୍ମ ଜାଗରଣ ସମନ୍ବୟ,ଓଡ଼ିଶାର ପ୍ରମୁଖ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ସୂଚନା ଦେଇଥିଲେ l ଏହି ଅବସରରେ ମୁନିଗୁଡା ତଥା ଆଖପାଖ ଅଞ୍ଚଳ ସହ ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳର ବେଶ ଜଣାଶୁଣା ଭାଗବତ ପ୍ରଚାରକ ବଂଶୀଧର ନନ୍ଦଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏଥିସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ପୂଜ୍ୟ ସାଧୁସନ୍ଥ,ଭାଗବତ ଗବେଷକ,ପ୍ରବଚକ, ଭାଗବତ ଟୁଙ୍ଗି ପରିଚାଳକ ଓ ପ୍ରଚାରକ ମାନଙ୍କୁ ସମ୍ବର୍ଦ୍ଧନ କରିଥିବା ଜଣାପଡିଛି l ଭାଗବତ ପ୍ରଚାରକ ଶ୍ରୀ ନନ୍ଦଙ୍କୁ ଏହି ସମ୍ବର୍ଦ୍ଧନା ପାଇବା ଜାଣିବାପରେ ମୁନିଗୁଡାର ଆଦିତ୍ୟ ବାହିନୀ ଶାଖା,ବିଭିନ୍ନ ଭାଗବତ ଟୁଙ୍ଗି ସହ ଧର୍ମଜାଗରଣ ଅନୁଷ୍ଠାନ ତରଫରୁ ଶୁଭେଛାର ସୁଅଛୁଟୁଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ