ନାବାଳିକା ଜଣକ ଶିଶୁ କନ୍ୟା ଜନ୍ମ ଦେବା ଘଟଣା: ଯୁବକ ଗିରଫ

ବେତନଟୀ ( ଉଦିତ କୁମାର ପରିଡା ) :ବୈଶିଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକା ସୋମବାର ଦିନ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଶିଶୁ କନ୍ୟା ଜନ୍ମଦେବା ଘଟଣାକୁ କେନ୍ଦ୍ର କରି ମଙ୍ଗଳବାର ଦିନ ବେତନଟୀ ଥାନାରେ ନାବାଳିକା ଙ୍କ ମା ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ କେସ ନମ୍ବର ୩୫୫/୨୦୨୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଶିବ ହେମ୍ବ୍ରମ ( ୨୦ବର୍ଷ ) କୁ ଗିରଫ କରିଛନ୍ତି। ଏହି ଘଟଣାରେ ବେତନଟୀ ଥାନାର ଏସ ଆଇ ସୋମି ଲିନି ତଦନ୍ତ କରୁଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଏହି ନାବାଳିକା ବେତନଟୀର ଏକ ଘରୋଇ ମହାବିଦ୍ୟାଳୟ ଓ ଛାତ୍ରୀ ନିବାସରେ ରହି ପାଠ ପଢିଥିବା ବେଳେ ସୋମବାର ଦିନ ତାଙ୍କର ଦେହ ଅସୁସ୍ଥ ଲାଗିବାକୁ ନାବାଳିକାକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ନାବାଳିକା ଏକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଶିଶୁ କନ୍ୟାର ସ୍ୱାଭାବିକ ଓଜନ ଠାରୁ କମ ରହିଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଆଶଙ୍କା କରି ମା ଓ ଶିଶୁ କୁ ସୋମବାର ଦିନ ବାରିପଦା ପି ଆର ଏମ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଦିନ ମା ଓ ଶିଶୁ ଙ୍କ ଦେହ ସୁସ୍ଥ ଥିବା ବେଳେ ନାବାଳିକାଙ୍କ ମା ବେତନଟୀ ଥାନାରେ ଏକଲିଖିତ ଅଭିଯୋଗ କରିଥିବାର ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ