ରକ୍ତଦାନ ଶିବିର ଅନୁଷ୍ଠିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସମିତି ସଭ୍ୟ ଭାବିନ୍ଦ୍ର ଗୈାଡଙ୍କ ପିତା ସ୍ୱର୍ଗତ ଦେବରାଜ ଗୈାଡଙ୍କ ମଙ୍ଗଳବାର ଦ୍ବାଦଶାହ ଦିବସରେ ପୈତୃକ ଗ୍ରାମ ତଲାସିଙ୍ଗି ଠାକୁରାଣୀ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କ ଅମର ଆତ୍ମାର ସଦଗତି ଏବଂ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର , ରାସ୍ତା ପାର୍ଶ୍ବରେ ଚାରା ରୋପଣ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଦିଗପହଣ୍ଡି ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ବ୍ରହ୍ମପୁର ସାଂସଦ ପ୍ରତିନିଧି କେ . ହରିବନ୍ଧୁ ରେଡ୍ଡୀ , ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ , ଶିବରାମ ମହାନ୍ତି , ପୂର୍ବତନ ସରପଞ୍ଚ କିର୍ତ୍ତୀଚନ୍ଦ୍ର ଗୈାଡ , ପିତାମ୍ବର ଗୈାଡ ,ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ,ଲଲାଟେନ୍ଦୁ ପ୍ରଧାନ , ରାଜକିଶୋର ମହାନ୍ତି , ବିକ୍ରମ ସିଂ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦେବରାଜଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ପରିଚାଳନାରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିପରି ୧ ଶହ ଟି ଚାରା ରୋପଣ କରାଯିବା ସହ ବ୍ରହ୍ମପୁର ରୁବି ଚକ୍ଷୁ ହସ୍ପିଟାଲର ସହଯୋଗ କ୍ରମେ ଗ୍ରାମର ବହୁ ଲୋକଙ୍କ ମାଗଣା ଚକ୍ଷୁ ଚିକିତ୍ସା କରାଯାଇଥିଲା । ସିଆରସିସି ସିମାଞ୍ଚଳ ଗୌଡ ସଂଯୋଜନା ରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।