ମା’ବାସନ୍ତୀଙ୍କ ପୀଠରେ ଦୁର୍ଗାପୂଜା ଅନୁଷ୍ଠିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର-ପାରାଚକସ୍ଥିତ ମା’ବାସନ୍ତୀଙ୍କ ପୀଠରେ ଷୋଡଶ ଉପଚାରରେ ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମା’ବାସନ୍ତୀଙ୍କ ପୀଠରେ କଳସ ସ୍ଥାପନ, ଘଟ ନିମର୍ଜନ, ଜଳାଭିଷେକ, ମହାସ୍ନାନ ପ୍ରଭୃତି କରାଯାଇ ମା ଦୁର୍ଗାଙ୍କ ପୂଜା ରୀତିନୀତି ଅନୁଯାଇ କରାଯାଇଥିଲା। ଏଥିସହିତ ଘୃତଯଜ୍ଞ, ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ପୂର୍ଣ୍ଣ ଆଳତି କରାଯାଇ ମା’ଦୁର୍ଗାଙ୍କ ଘଟକୁ ବିସର୍ଜ୍ଜନ କରାଯାଇଥିଲା। ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ,ଉପଦେଷ୍ଟା ନିଲମଣୀ ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।