ଆଇନଜୀବୀ ପିତବାସ ପଣ୍ଡାଙ୍କ ବିୟୋଗରେ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା।
ବୁଗୁଡା (ଓ୍ବାଇଏନଏସ) : ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ବୁଗୁଡା ଓକିଲ ସଂଘ ପକ୍ଷରୁ ଶୋକସଭା ଓ କ୍ଯାଣ୍ଡଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ବର୍ଗତ ପଣ୍ଡାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରାଯାଇଥିଲା। ଅଧିବକ୍ତା ପିତବାସ ପଣ୍ଡା ଅଜଣା ଆତତାୟୀଙ୍କ ଗୁଳିମାଡର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବିକାରୀ ସନ୍ଧ୍ଯାରେ ଓକିଲ ସଂଘର ସଦସ୍ୟଗଣ ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ କ୍ଯାଣ୍ଡଲ୍ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।