ଗଜଲକ୍ଷ୍ମୀ ପୂଜା ମହୋତ୍ସବରେ ଅତିଥି ଭାବେ ଯୋଗ ଦେଲେ ଜିଲ୍ଲାପାଳ

ଆରଡ଼ି ,( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଟା ଘାଟକୁଳରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ ଭଦ୍ରକ ଜିଲ୍ଲାପାଳ ଦୀଲିପ ରାଉତରାଏ । ସେ ପ୍ରଥମେ ଏଠାରେ ଥିବା ୨ ଗୋଟି ପୂଜା ମେଢ ବୁଲି ଦେଖିଥିଲେ । ପରେ ଧୂଷୁରୀ ପ୍ରେସ ୟୁନିୟନ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥିଭାବେ ଧୂଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ବିଜେପି ନେତା ଚତୁର୍ଭୁଜ ନାୟକ, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ, ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମହାନ୍ତି, ଧୂଷୁରୀ ପ୍ରେସ ୟୁନିୟନର ସଭାପତି ସନ୍ତୋଷ ଦାସ ଯୋଗ ଦେଇ ୩୫ ବର୍ଷ ଧରି ଅନୁଷ୍ଠିତ ହେଉଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜାର ମହିମା ସମ୍ପର୍କରେ ଆଲୋକ ପାତ କରିଥିଲେ। ମହୋତ୍ସବ କମିଟି ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମଲ୍ଲିକ, ଦିଗମ୍ବର ମଲ୍ଲିକ, ବ୍ରହ୍ମାନନ୍ଦ ନାୟକ,ସଫଳ ଚାଷୀ ହୃଷିକେଶ ବସନ୍ତିଆ, ସମାଜସେବୀ ସୁଦର୍ଶନ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ମା’ ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ନିଶିକାନ୍ତ ନାୟକ,ସମ୍ପାଦକ ସିମାଞ୍ଚଳ ଦାସ। କାର୍ଯ୍ୟକାରୀ ସମ୍ପାଦକ ଅରବିନ୍ଦ ଦାସ, କାର୍ଯ୍ୟକାରୀ କୋଷାଧକ୍ଷ ହିମାଂଶୁ ରାଉତ, ଉପଦେଷ୍ଟା ପ୍ରଦୀପ କୁମାର ମାଝୀ, ସ୍ଥାୟୀ ସଦସ୍ୟ ତନ୍ମୟ ମହାପାତ୍ର, ପ୍ରଶାନ୍ତ ନାୟକ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ