ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲି ମିଶନର ଜିଲାସ୍ତରୀୟ ସମାରୋହ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ କରକମଳରେ ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲି ମିଶନ ଉପଲକ୍ଷେ ଶନିବାର କେନ୍ଦୁଝର ସହର ଜୁଡ଼ିଆ ସ୍ଥିତ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି ଜିଲାସ୍ତରୀୟ ସମାରୋହରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା  ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l  ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସଦର ବ୍ଲକ ପ୍ରତିନିଧି ଧନୁର୍ଜୟ ମହାନ୍ତ ଓ ସାଂସଦଙ୍କ ପ୍ରତିନିଧି ଭାଗିରଥି ସିଂହ ଯୋଗ ଦେଇଥିଲେ। ଉଦଘାଟନ ପର୍ବରେ ଜୁଡ଼ିଆ କୃଷି ଫାର୍ମର ମୁଖ୍ୟ  କିଶୋର ସାହୁ ଓ ମୁଖ୍ୟ ଜିଲା କୃଷି ଅଧିକାରୀ  ସତ୍ୟବାନ ସୋରେନ ପ୍ରମୁଖ ସଭାମଞ୍ଚରେ ମଞ୍ଚାସୀନ ଥିଲେ l ଉକ୍ତ ସମାରୋହରେ ବିଭିନ୍ନ ବ୍ଲକରୁ ଆସିଥିବା କୃଷକ, ବିଭିନ୍ନ ବିଭାଗର ଅଧିକାରୀ, କୃଷି ବୈଜ୍ଞାନିକ, କୃଷି ସମ୍ପ୍ରସାରଣକର୍ମୀ ପ୍ରମୁଖ ଆଭାସୀ ମାଧ୍ୟମରେ  ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲି ମିଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ମୁଖ୍ୟ ଜିଲା କୃଷି ଅଧିକାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଓ ମୁଖ୍ୟ କୃଷି ବୈଜ୍ଞାନିକ କୃଷି ଜ୍ଞାନ କୌଶଳର ଉପଯୋଗ ସମ୍ବନ୍ଧରେ ବକ୍ତବ୍ୟ ରଖଥିଲେ l ମୁଖ୍ୟଅତିଥି  ନିକୁ ସାହୁ କୃଷି ଜ୍ଞାନ କୌଶଳର ଉପଯୋଗ ଓ  ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ସୁବିଧାକୁ ଉପଯୋଗ କରି ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାକୁ ଉପସ୍ଥିତ କୃଷକ ମାନଙ୍ଙ୍କୁ ଅନୁରୋଧ କରିଥିଲେ l ଶେଷରେ କେନ୍ଦୁଝର ଜିଲା କୃଷି ଅଧିକାରୀ  ବିଶ୍ୱଜୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ