ଆସିକାରେ ଜାତୀୟ ଡାକସପ୍ତାହ-୨୦୨୫ ଉଦ୍‍ଯାପିତ

ଆସିକା  (ୱାଇଏନ୍‍ଏସ୍‍) : ଡାକସେବା ସବୁବେଳେ ଦେଶର ଯୋଗାଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବାରୁ ତାହାକୁ ସମ୍ମାନ ଜଣାଇ ଓଡିଶା ଡାକ ସର୍କଲ ଭୁବନେଶ୍ୱରର ପରାମର୍ଶକ୍ରମେ ଆସିକା ଡାକ ମଣ୍ଡଳ ପକ୍ଷରୁ ବିଶ୍ୱ ଡାକ ଦିବସ ପାଳନ ଅବସରରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ଡାକସପ୍ତାହ-୨୦୨୫ ଉଦ୍‍ଯାପିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୯ ତାରିଖକୁ ଜାତୀୟ ଡାକଦିବସ ରୂପେ ପାଳନ କରାଯାଇଆସୁଛି । ଆସିକା ଡାକମଣ୍ଡଳ ଅଧୀନସ୍ଥ ଆସିକା ଓ ଭଂଜନଗର ପ୍ରଧାନ ଡାକଘର ସମେତ ୪୫ ଟି ଉପଡାକଘର ଓ ୨୮୬ଟି ଶାଖା ଡାକଘରର ହଜାର ହଜାର ଗ୍ରାହକଙ୍କୁ ହାତ ପାଆନ୍ତାରେ ଉନ୍ନତମାନର ଡାକସେବା ଯୋଗାଇବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଆସୁଥିବା ଲକ୍ଷ୍ୟ କରାଯାଉଛି । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେପ୍ଟନାଣ୍ଟ କର୍ଣ୍ଣଲ ଦିଲୀପ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଜାତୀୟ ଡାକସପ୍ତାହ-୨୦୨୫ ପାଳନ ଅବସରରେ ଆସିକା ଓ ଭଂଜନଗର ପ୍ରଧାନ ଡାକଘର ପକ୍ଷରୁ ଟେକ୍ନୋଲୋଜି କୁଇଜ୍‍ ପ୍ରତିଯୋଗିତା ଠାରୁ ଆରମ୍ଭ କରି ସଚେଚନତା କାର୍ଯ୍ୟକ୍ରମ, ବୀମା ପଲିସି ସଂଗ୍ରହ, ଫିଲାଟେଲିକ୍‍ ପ୍ରତିଯୋଗିତା, ଚାରାରୋପଣ, ଗ୍ରାହକ ସମ୍ମିଳନୀ ସମେତ ବହୁବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଡାକ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସଂକ୍ରାନ୍ତରେ ଗ୍ରାହକମାନଙ୍କୁ ଆସିକା ଡାକମଣ୍ଡଳ ପକ୍ଷରୁ ସଚେତନ କରାଯାଉଥିଲା ବେଳେ ଏହି ଜାତୀୟ ଡାକସପ୍ତାହ-୨୦୨୫ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଭାଗୀୟ କର୍ମଚାରୀ ସନ୍ଧ୍ୟା ପାତ୍ର, ମହାକାଳ ନାୟକ, ବିଷ୍ଣୁପ୍ରସାଦ ସେଠୀ, ରମେଶ ଚନ୍ଦ୍ର ସେଠୀ, ସଚ୍ଚିଦାନନ୍ଦ ସାହୁ, ରବିନାରାୟଣ ଚୌଧୁରୀ, ପ୍ରଭାତ କୁମାର ପ୍ରଧାନ, ଲକ୍ଷ୍ମୀନାରାୟଣ ପାତ୍ର, ବୁଲୁ ସେଠୀ, ଅନୁପ ପାଣିଗ୍ରାହୀ, ପ୍ରିତୀପ୍ରିୟଦର୍ଶିନି ଜେନା, ସୁଜ୍ଞାନୀ ନାୟକ, ଦେବଶ୍ରୀ ଦାଶ, ଭାଗ୍ୟଶ୍ରୀ ମରାଣ୍ଡି, ତେଜସ୍ୱିନୀ ବିଷୋୟୀ, ସନ୍ତୋଷ କୁମାର ଗୌଡ, ସନ୍ତୋଷ କୁମାର ସାହୁ, ରାମଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ସୁଦାମ ଚରଣ ଦାଶ, ବିଜୟ କୁମାର ପଣ୍ଡାଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଡାକ ସର୍କଲ ଓଡିଶା ଭୁବନେଶ୍ୱରର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍‍ ନିର୍ମଳଜିତ୍‍ ସିଂ ଓ ଡାକସେବା ନିର୍ଦ୍ଦେଶକ ଅମିତ୍‍ ଶାହା ଏବଂ ସମ୍ବଲପୁରର ଡାକସେବା ନିର୍ଦ୍ଦେଶକ ଏସ୍‍.କେ.ଠାକରେଙ୍କ ପରାମର୍ଶକ୍ରମେ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଜାତୀୟ ଡାକସପ୍ତାହ-୨୦୨୫ ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ