ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଛତ୍ରପୁର, (ଓ୍ବାଇଏନଏସ) : ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ଗୁରୁବାର ଭୋର୍ ୩ଟା ବେଳେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟିଟା ନିୟମ କମ୍ପାନୀ ନିକଟ  ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ସୂଚନାନୁଯାୟୀ, ଗୁରୁବାର ଭୋର୍ ୩ଟା ବେଳେ କଟକରୁ କନିସି ଯାଉଥିବା ଏକ କଣ୍ଟେନର ଚମାଖଣ୍ଡି ଥାନା ଟିଟାନିୟମ କମ୍ପାନୀ  ନିକଟ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳି ଯାଇଛି। ନିଆଁ ଲାଗିଯିବା ପରେ ଡ୍ରାଇଭର ଗାଡି ବନ୍ଦ କରି ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତିଯାଇଛି। ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କଣ୍ଟେନେରରେ କୌଣସି ସାମଗ୍ରୀ ବୋଝେଇ ନଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ