ଏଣ୍ଡୋସ୍କୋପିକ୍ ଅଲଟ୍ରାସାଉଣ୍ଡ୍‌

ଏଣ୍ଡୋସ୍କୋପିକ୍ ଅଲଟ୍ରାସୋନୋଗ୍ରାଫି ଏକ ନୂତନ ଜ୍ଞାନକୌଶଳ ଯାହା ଏଣ୍ଡୋସ୍କୋପିକ୍ ଡିଜିଟାଲ ଇମେଜିଂ ଏବଂ ତତ୍ ସହିତ ହାଇଫ୍ରିକ୍ୟୁଏନ୍ସି ଅଲଟ୍ରା ସୋନୋଗ୍ରାଫିର ମିଶ୍ରଣ। ଏହା ଦ୍ୱାରା ଛାତି, ତଳିପେଟ ଏବଂ ପେଲଭିକ୍ କାଭିଟିରେ ଥିବା ଅଙ୍ଗପ୍ରତ୍ୟଙ୍ଗକୁ ଅତି ନିକଟରୁ ଚିତ୍ରତ୍ତୋଳନ କରି ହୋଇଥାଏ। ଡୋପଲେର ଇମାଜିଂ ସହିତ ମିଶି ଏହା ନିକଟରେ ଥିବା ଶିରାପ୍ରଶିରାର ଚିତ୍ରକୁ ଦେଖା ହୋଇଥାଏା ଏହାର ଇମାଜିଂ ରିଜ୍ୟୁଲେସନ୍ ସିଟି ସ୍କାନ୍ ଓ ଏମଆରଆଇଠାରୁ ଅଧିକ ପ୍ରଭାବଶାଳୀ। କ୍ୟାନ୍ସରର ନିରୂପଣ ଓ ଚିକିତ୍ସା ପାଇଁ ଟ୍ୟୁମରର ଷ୍ଟେଜିଙ୍ଗ ଓ ବାୟୋପ୍ସି ନେବାରେ ଏହି ପଦ୍ଧତି ସହାୟକ ହୋଇଥାଏ। ଏହା ପାନକ୍ରିୟଜର ରୋଗ, ବିଲିଡକଫର ଏବଂ ଗଲବ୍ଲାଡରର ଷ୍ଟୋନ୍, ଫିସାଲ ଇନକନ୍ଟେନ୍ସର ନିରୂପଣ, ସବମୁକୋସାଲ ଲେସନ୍ ଓ ଲମ୍ପ ଯାହା ସାଧାରଣ ଦେଖାଯାଉଥିବା ଇନ୍ଟେଷ୍ଟିନାଲ ଓ୍ୱାଲରେ ଲୁଚି ଯାଇଥାଏ, ତାହା ଅନୁଧ୍ୟାନ କରିବାରେ ସହାୟକ ହୋଇଥାଏ। ଏହି ପଦ୍ଧତି କଠିନ ଇଆରସିପି ପ୍ରୋସିଜ୍ୟୁଓରକୁ ସହଜ କରାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ