ଅନ୍‌ଲାଇନ୍‌ରେ କିଣନ୍ତୁନି ଏସବୁ ଜିନିଷ

ବର୍ତ୍ତମାନ ଅନ୍‌ଲାଇନ୍‌ ଶପିଂ କରିବା ଏକ ସଉକ୍‌ ପାଲଟିଗଲାଣି। କିଛି ଲୋକ ମତଦିଅନ୍ତି, ଏହା ଦ୍ବାରା ସମୟ ବଞ୍ଚୁଛି। ଏ ଦୋକାନରୁ ସେ ଦୋକାନ ବୁଲି ଜିନିଷ କିଣିବାର କଷ୍ଟରୁ ମୁକ୍ତି ମିଳୁଛି। ମାତ୍ର ଏଥିପାଇଁ କେତେବେଳେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ଜିନିଷ ରହିଛି ଯାହା ଅନ୍‌ଲାଇନ୍‌ରେ କିଣିବା ଠିକ୍‌। କିନ୍ତୁ ଆଉ କେତେକ ଜିନିଷ ବଜାର ଯାଇ ନିଜେ କିଣିବା ଠିକ୍‌ ରହିବ। ଚାଲନ୍ତୁ ଜାଣିବା ଅନ୍‌ଲାଇନ୍‌ରେ କ’ଣ ସବୁ କିଣିବା ଉଚିତ ନୁହେଁ।
ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ
ଭଲ ବ୍ରାଣ୍ଡର କାଜଲ କିମ୍ବା ମସ୍କରା ଅନ୍‌ଲାଇନ୍‌ରେ କିଣିପାରିବେ, ମାତ୍ର ଲିପ୍‌ଷ୍ଟିକ୍‌, ଫାଉଣ୍ଡେସନ୍‌, କନ୍‌ସିଲର ଭଳି ସାମଗ୍ରୀ ଟ୍ରାଏ ନ କରି କିଣନ୍ତୁ ନାହିଁ। ଡିଓ ମଧ୍ୟ ବଜାରରୁ କିଣନ୍ତୁ। କାରଣ ଏସବୁ ଜିନିଷ ଅନ୍‌ଲାଇନ୍‌ରେ କିଣିଲାବେଳେ ସିଲ୍‌ ଖୋଲା ହୋଇଗଲା ପରେ ଫେରାଇବା ସୁବିଧା ନ ଥାଏ।
ମାଟ୍ରେସ୍‌ କିଣିବାରେ ବୁଝାମଣା କରନ୍ତୁ ନାହିଁ
ପୂରା ଦିନ କାମ କରି ଥକିଗଲା ପରେ ରାତିରେ ଆରାମରେ ଶୋଇବା ନିହାତି ଦରକାର। ଏଥିପାଇଁ ମାଟ୍ରେସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ। ଅନ୍‌ଲାଇନ୍‌ରେ ମ୍ୟାଟ୍ରେସ୍‌ ଦେଖି ଓ ଏହାର ରିଭ୍ୟୁ ପଢ଼ି କିଣିବା ବୁଦ୍ଧିମାନର କାମ ନୁହେଁ। କାରଣ ଏହାକୁ ହାତରେ ସ୍ପର୍ଶ କରି ହେବ ନାହିଁ। ତେଣୁ ଷ୍ଟୋର ଯାଇ ନିଜ କମ୍ଫର୍ଟ ହିସାବରେ ମ୍ୟାଟ୍ରେସ୍‌ କିଣିବା ଠିକ୍‌ ରହିବ।
ଦୋକାନକୁ ଯାଇ କିଣନ୍ତୁ ଫର୍ଣ୍ଣିଚର
ଆପଣଙ୍କୁ କେଉଁ ପ୍ରକାରର ଫର୍ଣ୍ଣଚର ଦରକାର ତାହାର ଅନୁଧ୍ୟାନ ଆପଣ ଅନ୍‌ଲାଇନ୍‌ରେ କରି ପାରିବେ। କିନ୍ତୁ ଷ୍ଟୋର୍‌ ଯାଇ ଫର୍ଣ୍ଣିଚର କିଣି ଚିନ୍ତାମୁକ୍ତ ରହନ୍ତୁ। ଫର୍ଣ୍ଣିଚର ଦୀର୍ଘ ବର୍ଷ ପାଇଁ କିଣା ଯାଇଥାଏ। ତେଣୁ ଏହାର ଗୁଣବତ୍ତା ସହିତ ବୁଝାମଣା କରନ୍ତୁ ନାହିଁ।
ପୋଷାକ କିଣିବାବେଳେ ଭରସା କରନ୍ତୁନି
କପଡ଼ା କିଣିବା ସମୟରେ ଅନ୍‌ଲାଇନ୍‌ ଶପିଂ ଉପରେ ଜମାରୁ ଭରସା କରନ୍ତୁ ନାହିଁ। ବିଶେଷକରି ଅଜଣା ବ୍ରାଣ୍ଡର କପଡ଼ା ହୋଇଥିଲେ ଅନ୍‌ଲାଇନ୍‌ରେ କିଣନ୍ତୁ ନାହିଁ। ଅନ୍‌ଲାଇନ୍‌ରେ ପୋଷାକ କିଣିଲେ ଏହାର ଫ୍ୟାବ୍ରିକ୍‌, ଫିଟିଂ ଓ ରଙ୍ଗରେ ସମସ୍ୟା ଉପୁଜିପାରେ। ସିଲାଇ ହୋଇ ନ ଥିବା ପୋଷକ କିଣିବା ଠିକ୍‌ ରହିବ। ଆପଣ ଚାହିଲେ ଶାଢ଼ି ଅର୍ଡର କରିପାରିବେ। ଅର୍ଡର କରିବା ପୂର୍ବରୁ ରିଟର୍ଣ୍ଣ ପଲିସି ଚେକ୍‌ କରନ୍ତୁ।¬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ