ସଙ୍ଗମକୁ ନୂତନ ପଞ୍ଚାୟତ ଗଠନ ନେଇ ବିଡ଼ିଓଙ୍କୁ ଦାବିପତ୍ର
ହାଟଡ଼ିହି (ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଙ୍ଗମକୁ ନୂତନ ପଞ୍ଚାୟତ ମାନ୍ୟତା ଦେବାକୁ ୬୦ରୁ ଉର୍ଦ୍ଧ ଗ୍ରାମବାସୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ରଶ୍ମିରେଖା ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁଯାଇ ଉକ୍ତ ଗ୍ରାମଟି ଢେଙ୍କା ପଞ୍ଚାୟତ ଅଧୀନରେ ଅଛି l ଜନସଂଖ୍ୟା ଦୃଷ୍ଟିରୁ ଏହି ପଞ୍ଚାୟତଟି ଏକ ଜନବହୁଳ ପଞ୍ଚାୟତ। ଏହା ୧୦ଗୋଟି ରାଜସ୍ବ ଗ୍ରାମକୁ ନେଇ ଗଠନ ହୋଇଥିବା ବେଳେ ଏଥିରେ ୧୯ଟି ୱାର୍ଡ ଅଛି ।ଏହା ମଧ୍ୟରୁ ୩ଗୋଟି ରାଜସ୍ବ ଗ୍ରାମ ଯଥା ସଙ୍ଗମ, ପୁରୁଣାପାଣି, ଝଣଝଣା ଓ ୬ଟି ଅଣ ରାଜସ୍ବ ଗ୍ରାମ ଯଥା ଡେଙ୍ଗାଚୁଆ, କାଳିଆମ୍ବ, ଜଳଦା, ଚାପଲ, ବିଣାପାଟିଆ, ମହାଦେବପୁର ଆଦି ଗ୍ରାମକୁ ନେଇ ସଙ୍ଗମକୁ ଏକ ନୂତନ ପଞ୍ଚାୟତର ମାନ୍ୟତା ଦେବାପାଇଁ ଉଲ୍ଲେଖ କରିଛନ୍ତି । ଏହି ଗ୍ରାମ ଗୁଡିକ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ବହୁତ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛି । ପଞ୍ଚାୟତର ମୁଖ୍ୟ ଗ୍ରାମ ଢେଙ୍କାରେ ସମସ୍ତ ସରକାରୀ ସୁବିଧା ସୀମିତ ରହି ଯାଉଛି । ଗ୍ରାମ ଗୁଡିକର ବୃଦ୍ଧାବୃଦ୍ଧ ଓ ଅକ୍ଷମ ବ୍ୟକ୍ତି ଢେଙ୍କା ପଞ୍ଚାୟତ ଅଫିସକୁ ଯାଇ ସରକାରୀ ଚାଉଳ ଓ ଭତ୍ତା ଆଣିବାରେ ବିଶେଷ ଅସୁବିଧା ଭୋଗିବାକୁ ପଡୁଛି । ଏପରିକି ରାସ୍ତାଘାଟ ନିର୍ମାଣରେ ମଧ୍ୟ ସଠିକ ସୁବିଧା ମିଳି ପାରୁନାହିଁ । ଏହି ଗ୍ରାମ ଗୁଡିକ ଢେଙ୍କା ପଞ୍ଚାୟତ ପାଖରୁ ୩କିମି ୪କିମି ଦୂର ହୋଇଥିବାରୁ ଯିବା ଆସିବାରେ ସୁବିଧା ହୋଇ ପାରୁନାହିଁ । ଅପରପକ୍ଷରେ ଏହି ଗ୍ରାମ ଗୁଡିକ ଗୋଟିଏ ପଞ୍ଚାୟତ ହେବାପାଇଁ ସମସ୍ତ ଆବଶ୍ୟକତା ପୂରଣ କରୁଅଛି । ଗ୍ରାମ ଗୁଡିକର ଲୋକସଂଖ୍ୟା ୫ହଜାର ଉର୍ଦ୍ଧ୍ୱ ଜୋଇଥିବା ବେଳେ ପାଖାପାଖି ସାଢେ ୩ହଜାର ଉର୍ଦ୍ଧ୍ୱ ଭୋଟର ଅଛନ୍ତି । ଏହି ଗ୍ରାମ ଗୁଡିକରେ ଶତକଡା ୭୦ଭାଗ ଲୋକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଟନ୍ତି । ପୁନଶ୍ଚ ହଦଗଡ଼ ହସ୍ତୀ ଅଭୟରଣ୍ୟର କୋର ଅଞ୍ଚଳରେ ଥିବା ପିତାନାଉ ଓ ଦଲକି ଗ୍ରାମରୁ ପାଖାପାଖି ୨୫୦ରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରି ଝଣଝଣା ଗ୍ରାମରେ ଆଣି ରଖାଯାଇଛି । ଯାହାକି ସମସ୍ତେ ଅନୁସୂଚିତ ଜନଜାତି ଅଟନ୍ତି । ଭୌଗଳିକ ଦୃଷ୍ଟି କୋଣରୁ ସମସ୍ତଙ୍କୁ ସାମିଲ କରାଗଲେ ଏକ ଭଲ ପଞ୍ଚାୟତ ହୋଇ ପାରିବ । ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ପଞ୍ଚାୟତ ପୁନର୍ଗଠନ ଯୋଜନାରେ ଏହି ଗ୍ରାମକୁ ସାମିଲ କରି ସଙ୍ଗମକୁ ଏକ ପଞ୍ଚାୟତର ମାନ୍ୟତା ଦେବା ପାଇଁ ସେମାନେ ଦାବୀ କରିଛନ୍ତି । ଗ୍ରାମବାସୀ ମାନେ ଅବହେଳିତ ଅବସ୍ଥାରେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବାରୁ ସଙ୍ଗମକୁ ପଞ୍ଚାୟତ ଗଠନ କରିବାକୁ ଦାବି କରିଛନ୍ତି ।ଏଥିପାଇଁ ସେମାନେ କେନ୍ଦୁଝର ଜିଲ୍ଲାପାଳ, ପଞ୍ଚାୟତରାଜ ସଚିବ,ପଞ୍ଚାୟତରାଜ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ଆଜି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ପଦ୍ମନାଭ ସ୍ୱାଇଁ,ସୁଧାକର ନାୟକ, କୁଷଧ୍ଵଜ ପାତ୍ର,ବାସନ୍ତୀ ପଲେଇ,ମାମିନା ବେହେରା,ଅଭୟ ସେନାପତି, ନିରଞ୍ଜନ ମୁଦୁଲି, ଆଶିଷ ସେନାପତି, ରମେଶ ପହି, ଅଜୟ ନାହାକ, ହରିହର ନାହାକ, ଶ୍ରୀନିବାସ ନାଇକ, ଆରତ ମହାରଣା, ରତ୍ନାକର ଜେନା, ରାମଚନ୍ଦ୍ର ପାତ୍ର, ଅନିରୁଦ୍ଧ ନାଇକ, ଭାଗିରଥି ଟୁଡୁ ଜିତେନ୍ଦ୍ର କୁମାର ଟୁଡୁ ପ୍ରଫୁଲ୍ଲ କୁମାର ପହି, ପ୍ରଭାତ ବିଶ୍ୱାଳ, ସୁବାଷ ବିଶ୍ୱାଳ, ସୁଦର୍ଶନ ନାୟକ, କୁଶ ପାତ୍ର, ବାସନ୍ତୀ ପଲେଇ, ଅଭୟ ସେନାପତି, ନିରଞ୍ଜନ ମୁଦୁଲି, ଆଶିଷ ସେନାପତି, ମାମିନା ବେହେରା, ମହେନ୍ଦ୍ର ସେନାପତି, ରମେଶ ପହି, ଅଜୟ ନାୟକ, ବସନ୍ତ କୁମାର ପରିଡ଼ା, ହରିହର ନାୟକ, ଶ୍ରୀନିବାସ ନାୟକ, ରତ୍ନାକର ଜେନା, ରାମଚନ୍ଦ୍ର ପାତ୍ର, ରାଧାରାଣୀ ପାତ୍ର, ଅକ୍ଷୟ ପାତ୍ର, ଅନିରୁଦ୍ଧ ନାୟକ, ବିନୋଦ ସାଣ୍ଡିଲ, ଅଜିତ କୁମାର ଜେନା, ଭାଗିରଥି ଟୁଡୁ, ସନ୍ତୋଷ ତାମୁଳିଆ, ଜିତେନ୍ଦ୍ର ଟୁଡୁ, ଲୁଗୁ ହେମ୍ବ୍ରମ, ଘାସିରାମ କିସ୍କୁ, ଖଗେଶ୍ୱର ମୁଦୁଲି, ଫଗ ସୋରେନ୍, ଧନେଶ୍ୱର ହେମ୍ବ୍ରମ, କାରିଆ ମାଝୀ, ଶଙ୍କର ମାଝୀ, ନୃସିଂହ ଦାସ, ସଂଯୁକ୍ତା ଦାସ, ଉମାକାନ୍ତ ତାମୁଳିଆ, ରମାକାନ୍ତ ମୁଦୁଲି, ସୌଦାମିନୀ ମୁଦୁଲି, ଗଣେଶ ମୁଦୁଲିଙ୍କ ସମେତ ୬୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ ।


