ଦୁଇଟି ଫିଲ୍ମରେ ସନ୍ତୁଷ୍ଟ ହେଲେ ଏଲିନା

ଭୁବନେଶ୍ବର : ୨୦୧୯ରେ ଅଭିନେତ୍ରୀ ଏଲିନାଙ୍କର ମାତ୍ର ଦୁଇଟି ଫିଲ୍ମ ରିଲିଜ୍ ହୋଇଛି ଏବଂ ଏତିକିରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କର ୨୦୧୮ରେ ଚାରିଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଥିଲା। ଗତବର୍ଷ ‘ହାପି ଲକି’, ‘ଫୋର୍‌ ଇଡିୟଟ୍ସ’, ‘ଟୋକାଟା ଫସିଗଲା’ ଏବଂ ‘ଇଶ୍କ ପୁଣିଥରେ’ ଭଳି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଥିଲେ ଏଲିନା । ହେଲେ ଏବର୍ଷ ତାଙ୍କର ମାତ୍ର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି । ଏହା ହେଲା ସୀତାରାମ ଅଗ୍ରୱାଲଙ୍କ ପ୍ରୟୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଦିସ୍‌ ଇଜ୍‌ ମାୟାରେ ବାୟା’ । ଏହି ଓଡ଼ିଆ ସିନେମାରେ ପ୍ରଥମ ଥର ପାଇଁ ସ୍ୱରାଜ-ଏଲିନାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଏଲିନାଙ୍କ ୨୦୧୯ର ଦ୍ୱିତୀୟ ଓଡ଼ିଆ ସିନେମା ହେଲା ‘ମାଲ୍‌ ମହୁ, ଜୀବନ ମାଟି ଭାଗ୍ୟର ନୋ ଗ୍ୟରେଣ୍ଟି’ । ଏହି ସିନେମାରେ ପୁଣି ଥରେ ସୋବର୍‌ ବୟ ସବ୍ୟସାଚୀଙ୍କ ବିପକ୍ଷରେ ଏଲିନାଙ୍କୁ ଦେଖିବାକୁ ମିଳିଥିଲା । ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’ ଜରିଆରେ ସବ୍ୟସାଚୀ-ଏଲିନାଙ୍କ ଯୋଡ଼ି ହାଟ୍ରିକ୍‌ କରିଥିଲା । ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ ।
ତରଙ୍ଗ ସିନେ ପ୍ରଡକ୍ସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍ମ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିବା ଏଲିନା ଏ ବର୍ଷ ଏକ ବଙ୍ଗଳା ସିନେମା ଲାଗି ଚୁକ୍ତିବଦ୍ଧ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ