ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀପତ୍ର ବସନ୍ତ
କଣ୍ଟିଲୋ (ଯୁଗାବ୍ଦ ନ୍ୟୁଜ):ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତରଫରୁ କଣ୍ଟିଲୋ ପଞ୍ଚାୟତ କଂସାରି ସାହି ପାଟଣାର ବସନ୍ତ କୁମାର ମହାରଣା ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଣ୍ଟିଲୋ ଗ୍ରାମରୁ ପୂର୍ବରୁ ସ୍ୱାଧିନଭାବେ ସ୍ୱର୍ଗତ ସତ୍ୟସୁନ୍ଦର ମିଶ୍ର ପ୍ରାର୍ଥୀପତ୍ର ଦାଖଲକରି ବିଧାୟକ ହୋଇଥିଲେ । ବହୁଦିନପରେ କଣ୍ଟିଲୋରୁ ଜାତୀୟ କଂଗ୍ରେସରୁ ବସନ୍ତ ପ୍ରାର୍ଥୀ ହୋଇଥିବାରୁ କଣ୍ଟିଲୋରେ ଆନନ୍ଦର ଲହରି ଖେଳିଯାଇଛି । ନାମାଙ୍କନ ପରେ ବସନ୍ତ ଚାଷୀଙ୍କୁ ପ୍ରାଧାନ୍ୟ ଦେବାସହ ଅଞ୍ଚଳର ପାନୀୟ ଜଳ ସମସ୍ୟା ଓ ନୀଳମାଧବ ପୀଠକୁ ସରସସୁନ୍ଦର କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ବସନ୍ତଙ୍କ ନାମାଙ୍କନ ସମୟରେ ରାଷ୍ଟପ୍ରତି ପୁରସ୍କାରପ୍ରାପ୍ତ ସ୍ୱାଧିନତା ସଂଗ୍ରାମୀ ସହଦେବ ବେହେରା ଯୋଗ ଦେଇଥିଲେ ।


