ରତନପୁରରେ ଶିବ ମୁନିଙ୍କ ଜୟନ୍ତୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ବାରିଆ ଗ୍ରାମପଞ୍ଚାୟତର ରତନପୁର ଗ୍ରାମର ଯୋଗୀ ବୈଶାଖୁ ମୁନିଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ସଦଗୁରୁ ଶିବ ମୁନିଙ୍କ ୧୪୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ମୁନି ସମାଜର ସଭାପତି ଯୋଗାଚାର୍ଯ୍ୟ ମୀନକେତନ ମୁନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗାଚାର୍ଯ୍ୟ ତ୍ରିଲୋଚନ ମୁନି(କେନ୍ଦୁଝର ଜିଲ୍ଲା ମୁନି ସମାଜର ଉପଦେଷ୍ଟା)ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନିଜ ଅଭିଭାଷଣରେ ଭାବନାର ପ୍ରଭାବ ତାର ପ୍ରତି ଫଳ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଉପଦେଷ୍ଟା ଯୋଗୀ ଅରୁଣ କୁମାର ମୁନି ଯୋଗଦାନ କରି ବକ୍ତବ୍ୟରେ ବିଷୟା ଶକ୍ତ ନ ହୋଇ ଆତ୍ମାଶକ୍ତ ହେବାକୁ ନିବେଦନ କରିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଉପ ସଭାପତି ଯୋଗୀ ବିଶ୍ଵାମିତ୍ର,କେନ୍ଦୁଝର ଜିଲ୍ଲା ମୁନି ସମାଜର ସମ୍ପାଦକ ଯୋଗୀ ଘନଶ୍ୟାମ ମୁନି ତାଙ୍କ ବକ୍ତବ୍ୟରେ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ସଂଗଠନ ପ୍ରଚାର ପ୍ରସାର ମନ୍ତ୍ରୀ ଯୋଗୀ ବୈଶାଖୁ ମୁନି , ଯୋଗୀ ନବୀନ କୁମାର ମୁନି ଶିବ ମୁନିଙ୍କ ଜୀବନ ଚରିତ ଉପରେ ଆଲୋକପାତ କରିଥିଲେ । ଯୋଗୀ ଫକୀର ମୁନି ଅଷ୍ଟାଙ୍ଗ ଯୋଗର ଦ୍ୱିତୀୟ ଅଙ୍ଗର ନିୟମର ତୃତୀୟ ଉପାଙ୍ଗ ତପ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଯୋଗୀ ବଳଭଦ୍ର ମୁନି ନିଜ ବକ୍ତବ୍ୟରେ ନିଜର ଯୋଗୀ ମାଣିକ ମୁନି,ଯୋଗୀ ବଳଭଦ୍ର ମୁନି ସମାଜରେ ଯୋଗର ପ୍ରଭାବ କୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଯୋଗୀ ଯୋଗେଶ୍ୱର ଏକ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରିଥିଲେ ।ଯୋଗୀ ଅଯୋଧ୍ୟା ,ଯୋଗୀ ବ୍ରଜକିଶୋର ମୁନି ନିଜର ଅନୁଭୂତି ଓ ଅଭିଜ୍ଞତାକୁ ଭିତ୍ତି କରି ନିଜର ବକ୍ତବ୍ୟ ରଖିଥିଲେ। ଯୋଗୀ ଦିବାକର ମୁନି ନିଜର ବକ୍ତବ୍ୟ ଆତ୍ମବାସମ୍ ସୁଖ, ପରବସ ଦୁଃଖ ବୋଲି ଉପସ୍ଥାପନା କରିଥିଲେ । ଯୋଗୀ ରଞ୍ଜିତ ମୁନି,ଯୋଗୀ ରସିକ ମୁନି,ଯୋଗୀ ଅମିନ ମୁନି ନିଜର ବକ୍ତବ୍ୟରେ ସ୍ୱାଧ୍ୟାୟ କଣ ଓ କାହାକୁ କୁହାଯାଏ  ସେ ବିଷୟ ଉପସ୍ଥାପନା ଫକରିଥିଲେ ।ଯୋଗ ଶିକ୍ଷୟିତ୍ରୀ କୁମୁଦିନୀ ନାୟକ ନିଜ ବକ୍ତବ୍ୟରେ ଭିତରେ ଯୋଗ ଶାନ୍ତି,ମୁକ୍ତି ଓ ବାହାରେ ବନ୍ଧନ,ରୋଗ ଭୋଗ ଅଛି ବୋଲି ଉପସ୍ଥାପନା କରିଥିଲେ ।,ଯୋଗ ଶିକ୍ଷୟିତ୍ରୀ ଟିକିଲି ମହାକୁଡ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରିବା ସହିତ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଏକ ଆବାହାନିସଙ୍ଗିତ ଗାନ କରିଥିଲେ । ଯୋଗ ଶିକ୍ଷୟିତ୍ରୀ କ୍ଷିରୋମଣି ବାହ୍ୟ ସ୍ୱଚ୍ଛ ସଙ୍ଗେ ସଙ୍ଗେ ଅନ୍ତ ସ୍ୱଚ୍ଛ କରିବାକୁ ନିବେଦନ କରିଥିଲେ । ମୁନିରାଜ୍ ସନାତନ ମୁନି ତଥା ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜ୍ଞାନଯଜ୍ଞ ସାଫଲ୍ୟ ମଣ୍ଡିତ ହୋଇଥିଲା । ପ୍ରାରମ୍ଭରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ସଭାପତି ଯୋଗାଚାର୍ଯ୍ୟ ମୀନକେତନ ମୁନିଙ୍କ କର କମଳା ରେ ସତ୍ୟ ପତାକା ଉତ୍ତୋଳନ କରି ଜୟନ୍ତୀ ଉତ୍ସବ କୁ ଉଦଘାଟନ କରିଥିଲେ । ଶେଷରେ ଯୋଗୀ ବିଶ୍ଵାମିତ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ