ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ ଶଙ୍କରପୁର ଠାରେ ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍ ଘାଟିତ ହୋଇଯାଇଛି। ସଦର ବ୍ଲକରେ ଅନୁଷ୍ଠିତ ଏହି ଦୌଡ଼କୁଦ ପ୍ରତିଯୋଗିତାର ଶୁଭ ଅବସରରେ ସଦର ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ କପିଳେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ କ୍ରୀଡାବିତମାନଙ୍କୁ ବ୍ୟକ୍ତିଗତଭାବରେ ଶୃଙ୍ଖଳିତ ଭାବେ ଖେଳ ପ୍ରଦର୍ଶନ କରିବାପାଇଁ ଉପଦେଶ ଦେଇଥିଲେ। ଶୃଙ୍ଖଳିତ ଭାବେ ଯେ କୌଣସି କାର୍ଯ୍ୟ କଲେ ଆମ୍ଭେମାନେ ସଫଳତା ପାଇ ପାରିବl ବୋଲି ସେ ପ୍ରକାଶ କରିଥିଲେ। ସଦର ବ୍ଳକର ସମ୍ପାଦକ ଫକୀରମୋହନ ମହାନ୍ତ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଉପସ୍ଥିତ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇଥିଲେ।  କ୍ରୀଡା ଶିକ୍ଷକ ମୌଳେନ୍ଦୁ କୁମାର ମହାନ୍ତ ଲକ୍ଷ୍ମୀ ଧର ସି ସମର ଜିତ ସିଂ ଶସ୍ମିତା ବିଶ୍ଵାଳ ପ୍ରିୟଙ୍କା ମହାନ୍ତ ସୁଶାନ୍ତ ବାରିକ ଶ୍ରୀନିବାସ ମଲ୍ଲୀକ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷକ ପ୍ରଦୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ