ରାଧେଶ୍ୟାମ ଫାଉଣ୍ଡେସନ ଆନୁକୂଲ୍ୟରେ ବୃଦ୍ଧାଶ୍ରମ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ): “ମାନବ ସେବା ହିଁ ମାଧବ ସେବା” ଏହାକୁ ଆଧାର କରି ଛତ୍ରପୁର ର ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି, ଟ୍ରଷ୍ଟ ର ସଭାପତି ସମାଜ ସେବୀ ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଆଉ ଏକ ପାଦ ଆଗକୁ ଆସି ସମାଜରେ ଅସହାୟ ଓ ନିରାଶ୍ରୟ ଥିବା ବୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଛତ୍ରପୁର ନିକଟସ୍ଥ ବ୍ରାହ୍ମଣିଆପଲ୍ଲୀ ଗ୍ରାମ ରେ ଏକ ବୃଦ୍ଧାଶ୍ରମ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଏହାକୁ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ, ଭିକାରିପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି, ସମିତି ସଭ୍ୟା ଏନ୍. କାନ୍ତାମ୍ମା ପାତ୍ର ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ପୂଜାର୍ଚନା କରି ଶୁଭ ଦେଇଥିଲେ, ଏହି ଅବସର ରେ ଟ୍ରଷ୍ଟ ର ଉପଦେଷ୍ଟା ଡ଼ଃ ପ୍ରଶାନ୍ତ କୁମାର ଶତପଥି, ସମ୍ପାଦିକା ଝିଲିବାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ସାହୁ, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ଛତ୍ରପୁର ଏନଏସି ର କାଉ ସିଲର ବି. ନିଶ୍ଚଳା ସ୍ୱାମୀ, ଡି. ଇନ୍ଦୁ, ସନ୍ତୋଷୀ ସେଠି ଓ ମମତା ପାତ୍ର, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ମଥୁରା ଚରଣ ସୁବୁଦ୍ଧି, ଏନ. ମୁନା ପାତ୍ର, ବି. ଲିଙ୍ଗରାଜ ପାତ୍ର, ସୋମନାଥ ପାତ୍ର, ସୁବ୍ରତ ପଢିଆରୀ, ଶିକ୍ଷକ ନେତା ରବି ନାରାୟଣ ବେହେରା, ଯଶୋଦା ଫାଉଣ୍ଡେସନ ର ସାଗରିକା ପଣ୍ଡା,ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଏନ. ଗିରିଜା ପ୍ରସାଦ ରେଡ୍ଡୀ, ନୀଳ କଣ୍ଠ ଦାଶ ଓ ପୂର୍ବତନ କାଉନ ସିଲର ବି. ରାଜୁବାବୁ ଙ୍କ ସମେତ ବହୁ ଜନ ପ୍ରତିନିଧି ଏବଂ ଅଂଚଳ ବାସୀ ମାନେ ଯୋଗଦେଇ ଟ୍ରଷ୍ଟ ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ମୁଖ୍ୟ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ


