କାଳିତୀର୍ଥର ସ୍ମରଣିକା ‘କାଳପଦ୍ମା’ଉନ୍ମୋଚିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର କାଳିତୀର୍ଥ ଚଳିତ ବର୍ଷ ମା କାଳୀଙ୍କର ୮୫ବର୍ଷ ପୂଜା ସମାପନ କରିବାକୁ ଯାଉଥିବାବେଳେ ଅନୁଷ୍ଠାନର ଏକ ସ୍ମରଣିକା ‘କାଳପଦ୍ମା’ମଙ୍ଗଳବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି। କାଳୀତୀର୍ଥ ମଣ୍ଡପରେ ମା କାଳୀଙ୍କ ପ୍ରତିମା ନିକଟରେ ପ୍ରଥମେ ସ୍ମରଣିକା ପୂଜା ଅର୍ଚ୍ଚନା ପରେ  ମାଆ ଙ୍କ ସମ୍ମୁଖରେ ଏହି ପତ୍ରିକା ଉନ୍ମୋଚନ ଅବସରରେ କାଳୀତୀର୍ଥ କମିଟିର ସଭାପତି ରବୀନ୍ଦ୍ର କୁମାର ମିଶ୍ର, ସାଧାରଣ ସମ୍ପାଦକ ଦୀପକ ମିଶ୍ର, ଜିଲ୍ଲା କ୍ରୀଡା ସଂସ୍ଥାର ସମ୍ପାଦକ ତଥା କାଳିତୀର୍ଥର ସଦସ୍ୟ ଜନାର୍ଦ୍ଦନ ଦାଶ, ବରିଷ୍ଠ ସଦସ୍ୟ ସରୋଜ କୁମାର ରଣା ସାମ୍ବାଦିକ ପ୍ରଦୀପ କୁମାର ମହାନ୍ତି, ନିତ୍ୟାନନ୍ଦ ଦାଶ , ଅଜୟ କୁମାର ମିଶ୍ର , ସୁଶାନ୍ତ କୁମାର ସାହୁ , ମନୋଜ ଶତପଥୀ , ଅଶୋକ କୁମାର ମିଶ୍ର , ଲୋକନାଥ କର , ଦୁର୍ଯ୍ୟୋଧନ ନାଏକ, ପ୍ରମୋଦ କୁମାର ନାଏକ ଓ ସଦସ୍ୟବୃନ୍ଦ ସହ ଟେଲିଫୋନ ଏକ୍ସଚେଞ୍ଜ କାଳୀପୂଜା କମିଟିର ସଭାପତି ଜ୍ଞାନେନ୍ଦ୍ର ଜେନା, ସଂଗଠନ ସମ୍ପାଦକ  ଜୟକୃଷ୍ଣ ପଣ୍ଡା,ମୁନା ରାଉତ, ବାପୁ ସାହୁ, ମନୋଜ ବାରିକ, ଅନୁପ ସାହୁ ଓ ସାମ୍ବାଦିକ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଖବରର ସମ୍ପାଦକ , କାଳୀତୀର୍ଥ ର ସଦସ୍ୟ ଓ ଶବ୍ଦ ମନ୍ଦିରର ସତ୍ୱାଧୀକାରୀ ଦେବୀଶଙ୍କର ଦାଶ ଏହି ପତ୍ରିକାର ସମ୍ପାଦନା କରିଥିବା ସହ କେନ୍ଦୁଝରର ସୁନାମ ଅର୍ଜନ କରିଥିବା ଲେଖକ ଓ ଲେଖିକା ମାନଙ୍କର ଲେଖା ଏଥିରେ ସନ୍ନିବେଶିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ