ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):   ଝୁମ୍ପୁରା ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଥିବା ଦେଖିବାକୁ ମିଳିଛି। ବ୍ଲକର ରସବନ୍ତଳା ଉଚ୍ଚ ବିଦ୍ୟାଳୟ, ନୋଡାଲ ବିଦ୍ୟାଳୟର, ଜ୍ଞାନ କ୍ଷେତ୍ର, କାଉଁରୀକଳା ପ୍ରାଥମିକ ବିଦ୍ୟାଳୟ, ପାହାଡ଼ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ଗୁଡ଼ିକ ରେ କିପରି ଶିକ୍ଷା ଦାନ ଚାଲିଛି ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହିତ ଯେଉଁ ବିଦ୍ୟାଳୟ ରେ ଠିକ ଭାବରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରୁ ନାହାନ୍ତି ସେମାନଙ୍କୁ କଡା ତାଗିଦ କରିବା ସହିତ ପିଲା ମାନଙ୍କ ଶିକ୍ଷାର ଅଗ୍ରଗତି ଯଦି ନହୁଏ ତାହେଲେ ସଂପୃକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିରୋଧ ରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିପରି ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କିପରି ହେଉଛି, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସ୍ଥାନ ର ସ୍ବଚ୍ଛତା, ବିଦ୍ୟାଳୟ ପରିବେଷଣ କିପରି ରହିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦାରଖ କରିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ରେ ପିଲା ମାନଙ୍କ ଉପସ୍ଥାପନ କିପରି ରହିଛି ତା ସହିତ ଯେଉଁ ପିଲା ଅଧିକ ଦିନ ଅନୁପସ୍ଥିତି କାହିଁକି ରହୁଛନ୍ତି ତାର ତଦାରଖ କରିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ