ଛେନାପଦି ଛକରେ ଅର୍ଣ୍ଣପୂର୍ଣ୍ଣା ମାର୍ଟ ଉଦଘାଟିତ

ହାଟଡିହି (ଓ୍ବାଇଏନଏସ): ଛେନାପଦି ଛକରେ ଅର୍ଣ୍ଣପୂର୍ଣ୍ଣା ମାର୍ଟ ନାମକ ଏକ ବ୍ୟବସାୟିକ କେନ୍ଦ୍ର ଉଦଘାଟିତ ହୋଇଛି। ଗୋଟିଏ ଘର ଭିତରେ ସମସ୍ତ ପ୍ରକାରର ତେଜରାତି, ପ୍ରସାଧନ ସାମଗ୍ରୀ ଉପଲବ୍ଧି କରିବା ନେଇ ଏହି ବ୍ୟବସାୟିକ କେନ୍ଦ୍ରଟି ଖୋଲାଯାଇଛି ବୋଲି ପ୍ରୋପାଇଟର ନିତ୍ୟାନନ୍ଦ ପହି ସୂଚନା ଦେଇଛନ୍ତି। ଅର୍ଣ୍ଣପୂର୍ଣ୍ଣା ପହି ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦୟାନିଧି ବ୍ରହ୍ମ, ଚିତ୍ତ ରଞ୍ଜନ ରାଉତ, ବିଦ୍ୟାଧର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ନିତ୍ୟାନନ୍ଦ ପହି, ଚିତ୍ତ ରଞ୍ଜନ ପହି, ନାରାୟଣ ପହି, ସ୍ମୃତି ରଞ୍ଜନ ପହି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଗ୍ରାମ ଲେଙ୍କା, ସଚ୍ଚିଦାନନ୍ଦ ମହାପାତ୍ର, ଜୟଦେବ ଚକ୍ର, ସୁଧାଂଶୁ ଭୂଷଣ ମଲ୍ଲିକ, ପବିତ୍ର ମଲ୍ଲିକ, ଶରତ ସାହୁ, ଧୀରେନ ବ୍ରହ୍ମ, ବିନୟ ସାହୁଙ୍କ ସମେତ ଅନେକ ବ୍ୟକ୍ତି ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ