ମୌଦା-ଅଢାଳପଙ୍କ ରାସ୍ତା ଶୋଚନୀୟ, ହୀନସ୍ତା ହେଉଛନ୍ତି ୧୮ଟି ଗ୍ରାମର ଗ୍ରାମବାସୀ

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଳକ୍ ମୌଦା-ଅଢାଳପଙ୍କ ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି। ଏହି ରାସ୍ତା ଉପରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ମୌଦା, ଜନ୍ତାଳପଦି, ରଘୁନାଥପୁର, ପଦାରୁଖା, ନାହା, ମିଠିଗାଁ, ବେରୁଣପଦି, ଭଡ଼ରାଗଡ଼ିଆ, ଅଁଳାଗଡ଼ିଆ, କଖାରୁଗଡ଼ିଆ, ସୋସୋ, ଅଢାଳପଙ୍କ ଆଦି ୧୮ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାତାୟାତରେ ସମସ୍ୟା ହେଉଛି। ରାସ୍ତାରେ ହୋଇଥିବା ଖାଲରେ ବର୍ଷାପାଣି ଜମିଛି। କିଛିଦିନ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ଖାଲଖମାରେ ଭର୍ତି ହୋଇ ଯାଇଛି। ଚାରିଚକିଆ କି ବାଇକ ତ ଦୂରର କଥା, ସାଧାରଣ ଲୋକଟିଏ ସାଇକେଲରେ ମଧ୍ୟ ଯାଇ ପାରୁନି। ବେରୁଣପଦି ଠାରେ ଥିବା ସ୍କୁଲକୁ ନିୟମିତ ଶହ ଶହ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ସେମାନେ ନାନା ଅସୁବିଧା ଭୋଗୁଛନ୍ତି।  ଏ ଅଞ୍ଚଳକୁ ଆମ୍ବୁଲାନ୍ସ ଟିଏ ବି ଯିବାକୁ ରାଜି ହେଉନି। ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି ବୋଲି ମୌଦା ଗ୍ରାମର ହୃଷୀକେଶ ସାହୁ, ଦୁର୍ଯ୍ୟୋଧନ ଜେନା, ସଦାନନ୍ଦ ନାୟକ, ସନ୍ତୋଷ ଘଡ଼େଇ, ଯବାନ କୁମାର ନାୟକ, ଶେଖର ରାଉତ, ହେମନ୍ତ କୁମାର ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ