ଦିଗପହଣ୍ଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ନାଚ ,ଗୀତରେ ଦୁଲୁକି ଉଠିଥିଲା ସ୍କୁଲ ପରିସର। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦକ୍ଷିଣ ଓଡ଼ିଶାର ପାରମ୍ପରିକ କଳା ନୈପୁଣ୍ୟ କୁ ଉଜ୍ଜୀବିତ କରି ନିଜ ନିଜ ଶିକ୍ଷାନୁଷ୍ଠାନର ସୁନାମ ଅର୍ଜନ କରିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ ସେଠୀ , ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା କବି , ପଦ୍ମନାଭପୁର ସରପଞ୍ଚ ବି. ସନ୍ଧ୍ୟାରାଣୀ ସୁବୁଦ୍ଧି , ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳାମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡେଇ , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣା , ଭୀଷ୍ମଗିରି ପିଏମ୍ ଶ୍ରୀ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୬ ଟି କ୍ଳଷ୍ଟରରୁ ପ୍ରାୟ ୪ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ସୁରଭି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ୩୨ ଜଣ ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ । ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଜିଲା ସଭାପତି ରାଜେନ୍ଦ୍ର କୁମାର ଗୈାଡ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସିଆରସିସି ଶ୍ରୀକାନ୍ତ ସାମନ୍ତରାୟ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଚଷାନିମଖଣ୍ଡି କ୍ଲଷ୍ଟରର ଚଷାନିମଖଣ୍ଡି ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , ପ୍ରଧାନ ଶିକ୍ଷକ ,ପ୍ରଧାନ ଶିକ୍ଷୟତ୍ରୀ ବୃନ୍ଦ , ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ ।


