କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଶୁକ୍ରବାର ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ନେତୃତ୍ୱରେ ବହୁ କର୍ମୀ,ସମର୍ଥକ ଏକ ବିରାଟ ଶୋଭାଯାତ୍ରାରେ ବ୍ଲକ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହିୟସୀ ମହିଳା ଇନ୍ଦିରାଙ୍କ ଦେଶ ପ୍ରତି ଅବଦାନ ଉପରେ ସ୍ମୃତି ଚାରଣ କରିଥିଲେ। ଏଥିରେ କାଉନସିଲର ଦୀପକ କୁମାର ମିଶ୍ର,ମାମିନୀ ବେହେରା ଙ୍କ ସମେତ ଏନଏସି ଉପାଧ୍ୟକ୍ଷା କାପୁଲୁ. ପୂଜା ,ରଞ୍ଜିତ ବେହେରା, ସ୍ୱଚ୍ଛଳ ପାତ୍ର,ଶଙ୍କର ରାଓ,ପି.ଯୋଗୀ, ମନୋଜ କୁମାର ପଟ୍ଟନାୟକ, ଶଙ୍କର ମହାରଣା, ଆଇନଜୀବି ରସାନନ୍ଦ ରାଉତ, ଇ.ଶଙ୍କର, ଶିବ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


