୨୦ ବର୍ଷ ହେଲା ସ୍ୱାମୀ ଗଲେଣି: ମିଳୁନି ବିଧବା ଭତ୍ତା

ହାଟଡିହି (ଓ୍ବାଇଏନଏସ): କୋଡିଏ ବର୍ଷ ହେଲା ସ୍ୱାମୀ ଆରପାରିକୁ ଚାଲି ଗଲେଣି, ହେଲେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି  ଦୁର୍ଗୀ ହେମ୍ରମ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବୀଣା ପାଟିଆ ଗ୍ରାମର ଦୁର୍ଗୀ ହେମ୍ରମ। ସେ ଜଣେ ଗରିବ ଆଦିବାସୀ ପରିବାରର ବିଧବା ମହିଳା। ସ୍ୱାମୀ ସାମ ହେମ୍ରମ ୨୦୦୫ ମସିହାରେ ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଗୀ ସେହିଦିନ ଠାରୁ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସରକାରଙ୍କ ପରିବାର ମଙ୍ଗଳ ସହାୟତା ଯୋଜନାରେ ମଧ୍ୟ ସାମିଲ କରା ଗଲାନି। ସେ ବିଧବା ଭତ୍ତା ଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦଖଲ କରି ନପାରିବାରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟରେ କାଳାତି ପାତ କରୁଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି। ସମାଜ ମଙ୍ଗଳ ଅଧିକାରିଣୀ ସ୍ୱାତୀଶ୍ରୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବର୍ତମାନ ମୃତ୍ୟୁ ପ୍ରମାଣପତ୍ର ନହେଲେ ବି ଭତ୍ତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ