କ୍ୱାର୍ଟର ଫାଇନାଲ ରେ ପହଁଚିଲା ଛତ୍ରପୁର ଟିମ

 ଛତ୍ରପୁର, (ଓ୍ବାଇଏନଏସ):   ରାଉଲକେଲା ବିର୍ସା ମୁଣ୍ଡା ଷ୍ଟାଡିଅମ ଠାରେ ଚାଲିଥିବା ୪ର୍ଥ ଏଡିସନ ଓଡିଶା ନାଭାଲ ଟାଟା ୧୪ ବର୍ଷ ରୁ ବାଳକ ମାନଙ୍କ ହକି ଗ୍ରାସରୁଟ ଚମ୍ପିୟାନସିପ ରେ  ବୁଧବାର ତୃତୀୟ ଲିଗ ମ୍ୟାଚ ଖେଳି ଛତ୍ରପୁର ଟିମ ୧୦-  ୦ ଗୋଲ ରେ କଟକ ହକି ପ୍ରଶିକ୍ଷଣ କେନ୍ଦ୍ର ର ଟିମ କୁ ହରାଇ କ୍ୱାର୍ଟର ଫାଇନାଲରେ ପହଁଚି ଛନ୍ତି,  ଗୁରୁବାର କ୍ୱାର୍ଟର ଫାଇନାଲ ରେ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ହକି ପ୍ରଶିକ୍ଷଣ କେନ୍ଦ୍ର ର ଟିମ ସହିତ ଛତ୍ରପୁର ଟିମ ମୁକାବିଲା କରିବ ବୋଲି କୋଚ ମନୋଜ କୁମାର ସ୍ୱାଇଁ  ସୂଚନା ଦେଇଛନ୍ତି,  ଏହି ଚମ୍ପିୟାନସିପ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଥିରେ ଓଡିଶା ର ୩୭ ଟିମ ଭାଗ ନେଇଛନ୍ତି, ଏଥିରୁ ଯେଉଁ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ, ସେମାନଙ୍କୁ ନେଇ ଏକ ଟିମ କରାଯିବ, ଉକ୍ତ ଟିମ ଆଗାମୀ ଦିନ ରେ ଲକ୍ଷ୍ମନ ଠାରେ ହେବାକୁ ଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ