ପ୍ରାକୃତିକ ବିପର୍ଯ୍ୟୟ ୯ ମାସ ପରେ ମଧ୍ୟ ଚାଷୀ ମାନଙ୍କୁ ମିଳୁନି ସହାୟତା,
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ପ୍ରାକୃତିକ ବିପର୍ଯ୍ୟୟ ହେଲେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଠାରୁ ଆରମ୍ଭ କରି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ କ୍ଷତି ଅନୁସାରେ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ପ୍ରାକୃତିକ ବିପର୍ଯ୍ୟୟ ହେବା ପରେ ଚାଷୀ ମାନେ ରାଜସ୍ବ ବିଭାଗ ପାଖରେ ଅଭିଯୋଗ କରିଥାନ୍ତି କ୍ଷୟକ୍ଷତି ଆକଳନ କରିବା ପାଇଁ। କିନ୍ତୁ ଝୁ୍ମ୍ପୁରା ରାଜସ୍ବ ବିଭାଗ ନିଜର କାର୍ଯ୍ୟ କୁ ଠିକ ଭାବରେ ସମ୍ପାଦନା କରୁ ନଥିବାରୁ ଚାଷୀ ମାନଙ୍କୁ ଠିକଣା ସମୟରେ କ୍ଷୟକ୍ଷତି ର ଅର୍ଥ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କିଛି ଚାଷୀ। ଝୁମ୍ପୁରା ବ୍ଲକ ର ବିଭିନ୍ନ ଅଞ୍ଚଳ ଗତ ୨୦୨୪ ମାର୍ଚ୍ଚ ମାସ ରେଞ୍ଜ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ପବନ ହେବା ଫଳରେ ଚାଷୀ ମାନେ ରବି ଋତୁ ପାଇଁ କରିଥିବା ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ବାଇଗଣ, ବିଲାତି, ବିମ,ମଟର,ଆଳୁ ପିଆଜ,ରସୁଣ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବିଶେଷ କରି ଖୁଣ୍ଟାପଡା ପଞ୍ଚାୟତ ଓ ଚଉଠିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଚାଷୀ ମାନେ କରିଥିବା କୁଆ ପଥର ମାଡ ରେ ନଷ୍ଟ ହୋଇଥିଲା। କୃଷି ବିଭାଗ ର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୟକ୍ଷତି ଆକଳନ କରିବା ପରେ ରାଜସ୍ବ ବିଭାଗ କୁ ରିପୋର୍ଟ ପ୍ରଦାନ କରିଥିଲେ। ବିଶେଷ କରି ଖୁଣ୍ଟାପଡା ପଞ୍ଚାୟତ ର ଅଶୁକି ଗ୍ରାମରେ ୧୦ ହେକ୍ଟର ରୁ ଉର୍ଦ୍ଧ୍ବ ସୂର୍ଯ୍ୟମୁଖୀ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯିବା ସହ ଖୁଣ୍ଟାପଡା ଓ ଚଉଠିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚାଷୀ ମାନେ କରିଥିଲା ପନିପରିବା ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ବୋଲି ଚାଷୀ ଚୈତନ୍ୟ ନାଏକ,ରସ୍ମିତା ନାଏକ, ବନମାଳୀ ନାଏକ,ସବିତା ନାଏକ, ସରସ୍ବତୀ ମାଝୀ, ପୂଣ୍ଣିମା ନାଏକ, ବୈଷ୍ଣବ ଚରଣ ନାଏକ,ମମତା ମାରାଣ୍ଡି, କୁମତୀ ନାଏକ, ହୃଷୀକେଶ ନାଏକ ଙ୍କ ସମେତ ଅନ୍ୟ ଚାଷୀ ମାନେ ଅଭିଯୋଗ କରିଛନ୍ତି। ଚାଷୀ ମାନଙ୍କ କ୍ଷତି ହୋଇଥିବା ଚାଷର କ୍ଷତି ପୂରଣ ଯୋଗାଇ ଦେବା ପାଇଁ ରାଜସ୍ୱ ବିଭାଗ କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଚାଷୀ ମାନଙ୍କୁ କୌଣସି ସହାୟତା ମିଳିଲା ନାହିଁ। ଆସନ୍ତା ୧୦ ତାରିଖ ଦିନ ଚମ୍ପୁଆ ଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବାକୁ ଯାଉଛି। ସେହି ଅଭିଯୋଗ ଶୁଣାଣି ରେ ସମସ୍ତ ଚାଷୀ ମିଶି ଜିଲାପାଳ ଙ୍କ ସାକ୍ଷାତ କରି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା କ୍ଷତିର ସହାୟତା ପାଇଁ ଦାବି କରିବେ ବୋଲି ଚାଷୀ ମାନେ ସୂଚନା ପ୍ରଦାନ କରିଛନ୍ତି।


