ଏନଏସଏସ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୫

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ), ପୁରୁଷ ୟୁନିଟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ଅକ୍ଟୋବର ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। କଲେଜର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏନଏସଏସ ପୁରୁଷ ୟୁନିଟ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏନଏସଏସ ଉପଦେଷ୍ଟା କମିଟି ମେମ୍ବର ତଥା ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ, ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ବକ୍ତବ୍ୟରେ ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା ପାଇଁ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ବୃନ୍ଦକୁ ସଚେତନତା କରାଇଥିଲେ।  ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନ ଶାସନକୁ ଅନୁପାଳନ  କରିବା ସହିତ ଉତ୍କୋଚ ଦେବା ନାହିଁ କି ନେବା ନାହିଁ ବୋଲି ନିଜ ବକ୍ତବ୍ୟରେ ସଚେତନ କରାଇଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଆକାଶ କୁମାର ଜେନା, ଏନ.ସି.ସି ବାଳିକା ବିଭାଗର ଅଫିସର ଅଧ୍ୟାପିକା ବିନତା କୁମାରୀ ଦାସ, ଏନସିସି ସ୍ବେଚ୍ଛାସେବୀ ରଚିତା କୁମାରୀ ସାହୁ ଏବଂ ଶିବଶଙ୍କର ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜନସାଧାରଣଙ୍କ ହିତ ସାଧନା କରିବା, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା, ଘରୋଇ କ୍ଷେତ୍ରରେ ଏକତ୍ର ହୋଇ କାର୍ଯ କରିବା, ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଅଂଶୀଦାର ହେବା,  ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୋଧର ସଂଗ୍ରାମ କୁ ସମର୍ଥନ କରିବା ସହିତ ଦୁର୍ନୀତି ବିରୋଧରେ ସର୍ବଦା ସ୍ଵର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏନଏସଏସ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ତଥା ଦର୍ଶନଶାସ୍ତ୍ର ଅଧ୍ୟାପକ ସେକ୍ ଫରିଦ୍ ୨୦୦ ସ୍ବେଚ୍ଛାସେବୀ, ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ଶପଥ ପାଠ କରାଇଥିଲେ। ଅଧ୍ୟାପକ ଅମିତ୍ ସାହୁ, ବସନ୍ତ କୁମାର ପାଣି, ଟୁଟୁ ଡାକୁଆ, ଶ୍ରୀକାନ୍ତ ପ୍ରଧାନ, ସ୍ୱାଭିମାନ ସାହୁ ପ୍ରଭୃତି ସହଯୋଗ କରିଥିଲେ। ଶେଷରେ ଶିକ୍ଷା ବିଭାଗ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ