ଆଡ଼ଭୋକେଟ୍ ଦିଲ୍ଲୀପ୍ ରାଉତଙ୍କୁ ନୋଟାରୀ ପବ୍ଲିକ୍ ଭାବେ ନିଯୁକ୍ତି

ହାଟଡ଼ିହି,(ଓ୍ବାଇଏନଏସ): ଭାରତ ସରକାରଙ୍କ ଆଇନ୍ ମନ୍ତ୍ରଣାୟ ପକ୍ଷରୁ ଆଡ଼ଭୋକେଟ୍ ଦିଲ୍ଲୀପ୍ କୁମାର ରାଉତଙ୍କୁ ହାଟଡ଼ିହି ତଥା ଆନନ୍ଦପୁର ଅଞ୍ଚଳ ପାଇଁ ନୋଟାରୀ ପବ୍ଲିକ୍ ଭାବେ ନିଯୁକ୍ତି ମିଳିଛି l ଦିଲ୍ଲୀପ୍ ରାଉତ ହାଟଡ଼ିହି ବ୍ଲକ ଜଳସରପୁର ଗ୍ରାମର ଅର୍ଜୁନ ଚରଣ ରାଉତଙ୍କ କନିଷ୍ଠ ପୁତ୍ର ଅଟନ୍ତି l ସେ ପୂର୍ବରୁ ଜଣେ ଶୃଙ୍ଖଳିତ ଆଡ଼ଭୋକେଟ୍ ଭାବେ କାର୍ଯ୍ୟ କରିଆସିଥିବା ବେଳେ ନିକଟ ଅତୀତରେ ନୋଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ହାଟଡ଼ିହି ଜେଏମଏଫସି କୋର୍ଟ ସହ ଆନନ୍ଦପୁର ଏସଡ଼ିଜେଏମ୍-ଏଡ଼ିଜେ କୋର୍ଟ ପାଇଁ ନୋଟାରୀ ପବ୍ଲିକ୍ ଭାବେ ନିଯୁକ୍ତି କରାଯାଇଛି l ଆଇନଗତ ଭାବେ କୋର୍ଟ ସମ୍ବନ୍ଧୀୟ କୌଣସି ଡ଼କ୍ୟୁମେଣ୍ଟ, ଦଲିଲ କିମ୍ବା ଏଗ୍ରିମେଣ୍ଟ ଭଳି କାଗଜପତ୍ର ପ୍ରସ୍ତୁତ ପାଇଁ ଅଞ୍ଚଳବାସୀ ଆଉ ଦୂର ଦୁରାନ୍ତକୁ ନଯାଇ ହାତ ପାହାନ୍ତାରେ ଆଡ଼ଭୋକେଟ୍ ଶ୍ରୀ ରାଉତଙ୍କ ନିକଟରୁ ସମସ୍ତ ନୋଟାରୀ କାର୍ଯ୍ୟ ହୋଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି l ଶ୍ରୀ ରାଉତ ନୋଟାରୀ ପବ୍ଲିକ୍ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ହାଟଡ଼ିହୀ ଓ ଆନନ୍ଦପୁର ଓକିଲ ସଂଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ