କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲା : ୩ ମାସ ପରେ ଜେଲ ଗଲା ଅଭିଯୁକ୍ତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁ ର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀ ଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ସେହି ଗାଁ ର  ରବିବାର ପାଟପୁର ଥାନା ତଦନ୍ତକାରୀ ଅଧିକାରୀ ଏସ.ଆଇ ଶୁଭଲକ୍ଷ୍ମୀ କହଁର ବ୍ରହ୍ମପୁର ପୋକ୍ ସ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୮୫/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଯୁବକ ଓ ଛାତ୍ରୀ ଜଣକ ପରଷ୍ପର ଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ। ଛାତ୍ରୀ ଙ୍କ ବିବାହ ପ୍ରସଙ୍ଗ ଅନ୍ୟତ୍ର ସ୍ଥିର ହୋଇଯିବା ପରେ ଗତ ଅଗଷ୍ଟ ୧୦ ତାରିଖରେ ଉଭୟେ ଫେରାର ହୋଇଯାଇଥିଲେ।ଛାତ୍ରୀ ଙ୍କ ପରିବାର ଲୋକେ ଏନେଇ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମକଦ୍ଦମା ରୁଜୁ କରି ଥାନା ଏସ.ଆଇ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଉଭୟ ପ୍ରେମୀ ଯୁଗଳ ରାଜ୍ୟ ବାହାରକୁ ଚାଲି ଯାଇଥିଲେ।ଶନିବାର ଉଭୟେ ଚିକିଟି ସ୍ଥିତ ଏକ ହୋଟେଲ ରୁମ୍ ରେ ଥିବା ମୋବାଇଲ ଲୋକେସନ ରୁ ଜଣାପଡିବା ପରେ ତଦନ୍ତକାରୀ ଅଧିକାରୀ ସଦଳବଳେ ଚଢାଉ କରି ଥାନାକୁ ଉଠାଇ ଆଣିଥିଲେ।ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ