ପ୍ରସ୍ତାବିତ ବାଲ୍ୟବିବାହକୁ ଅଟକାଇଲା ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ସଲାଇନ ପ୍ରକଳ୍ପ ସଂଯୋଜିକା ବୈଶାଳୀ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ.ଏସି.ର ୱର୍ଡନଂ ୭ ରେ ବାଲ୍ୟ ବିବାହ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରାଯାଉଥିଲା.  ଏହି ଖବରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ ସଙ୍ଗେ ସଙ୍ଗେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ଅଧୂକାରିଣୀଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ କାଶୀନଗର ଆଇସିଡିଏସର ସୁପରଭାଇଜର୍ ପଦ୍ମାବତୀ ନାଗବଂଶ, କାଶୀନଗର ଥାନା ଏସଆଇ ଆଲୋକରଞ୍ଜନ ଜଗଦଳ, ସଖୀ କେନ୍ଦ୍ରର ସଦସ୍ୟା, ଆଭା, ଏନଜିଓ ସଦସ୍ୟ।ର ପ୍ରିୟଙ୍କା ପରିଡ଼ା ଏବଂ ମହିଳା hub ର ସଦସ୍ୟଙ୍କୁ ନେଇ ମିଳିତ ଭାବରେ ଏକଟିମ୍ ଗଠନ କରାଯାଇଥିଲା,ପରେ ସେ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥ‌ିବା ପ୍ରସ୍ତାବିତ ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଯାଇଥିଲା. ଏଥିରେ ଝିଅଟିର ବୟସ ୧୫ ବର୍ଷ ୮ ମାସ ହୋଇଥ‌ିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରାଯାଇଥିଲା । ଶିଶୁଟିର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖୂତ ଭାବେ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ