ବିଜେପି କୃଷକ ମୋର୍ଚ୍ଚାର ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା
କେନ୍ଦୁଝର (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ରେ ଚଳିତ ଖରିଫ ଧାନ କିଣା କାରବାର ସ୍ଵଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଗୁରୁବାର ଦିନ ଜିଲ୍ଲା କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଆୟକୁ ଦୁଇ ଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ତାହାର ଲାଭ କିପରି ଭାବରେ ଚାଷୀ ମାନେ ପାଇବେ ସେଥିପ୍ରତି ସମସ୍ତ କାର୍ଯ୍ୟକର୍ତା କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ଚଳିତ ଖରିଫ ଧାନ କିଣା କାରବାର କଟନି ଛଟନି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। କେନ୍ଦୁଝର ଜିଲ୍ଲା ରେ ଖରିଫ ଧାନ ଗତ ବର୍ଷ ୫୯ ହଜାର ଚାଷୀ ବିକ୍ରି କରିଥିବା ବେଳେ ଏବର୍ଷ ୭୯ ହଜାର ରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି ପାଇଁ ପଞୀକରଣ କରିଛନ୍ତି। ଗତ ବର୍ଷ ତୁଳନାରେ ୨୦ ହଜାର ଅଧିକ ଚାଷୀ ଜିଲ୍ଲା ରେ ଧାନ ଚାଷ କରିବା ଏକ ଐତିହାସିକ ଲକ୍ଷଣ ଓ ଶୁଭ ସଂକେତ ବୋଲି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଓଡ଼ିଶା ର ୧୫ ଲକ୍ଷ ହେକ୍ଟର ଜମି ଜଳ ସେଚନ କରିବା ପାଇଁ ରାଜ୍ୟ ସରକାର ଙ୍କ ପଦକ୍ଷେପ କୁ ଶ୍ରୀ ସାହୁ ସ୍ଵାଗତ କରିଥିଲେ। ଏହି କର୍ମଶାଳା ରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଶୁକଦେବ ମହାନ୍ତ,ତେଲକୋଇ ବିଧାୟକ ଶ୍ରୀ ଫକୀର ମୋହନ ନାୟକ, ବିଜେପି ରାଜ୍ୟ ସଂପାଦକ ଶ୍ରୀମତୀ ମମତା ସିଂ,ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପୃଥିରାଜ କୁଅଁର,ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ବରିଷ୍ଠ ବିଜେପି ନେତା ଶ୍ରୀ ରାଧାକାନ୍ତ ମହାନ୍ତ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀଧର ସାହୁ,ସୁବ୍ରତ ମହାନ୍ତି,କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ସିଂହ,ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ,ସୁଧାକର ସାହୁ,ଶିଶିର କୁମାର ସାହୁ, ଧନୁର୍ଯୟ ମହାନ୍ତ,ପ୍ରଶାନ୍ତ କୁମାର ସ୍ୱାଇଁ,ଜୟ କୃଷ୍ଣ ମହାନ୍ତ,ଶିବେନ୍ଦ୍ରେ ଚକ୍ର, କୈଳାଶ ସାମଲ, ନିତ୍ୟାନନ୍ଦ ପହି, ପ୍ରଫୁଲ କୁମାର ନାୟକ, ଅନନ୍ତ ବାରିକ, ସନ୍ୟାସୀ ପାତ୍ର, ନିରଞ୍ଜନ ପାଣିଗ୍ରାହୀ, କୃଷ୍ନ ଚନ୍ଦ୍ର ମହାନ୍ତ, ଜୟ କୃଷ୍ଣ ମହାନ୍ତ, ପ୍ରମୋଦ କୁମାର ସାହୁ, ପ୍ରସନ୍ନ କୁମାର ନାୟକ, ବିପିନୀ ମହାନ୍ତ, ଗୌତମ ନାୟକ, ରାଜେଶ କୁମାର ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, କମଳା ନାୟକ, ରବିନ୍ଦ୍ର କୁମାର ଦେହୁରୀ, ରତିକାନ୍ତ ସାହୁ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।


