ଖଣି ବିଭାଗର ଚଢ଼ାଉ: ଷଡ଼ଙ୍ଗ ନିକଟରୁ ତିନୋଟି ହାଇୱା ଜବତ

ହାଟଡିହି  (ଓ୍ବାଇଏନଏସ): କେନ୍ଦୁଝର ଲଘୁ ଖଣି ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଷଡ଼ଙ୍ଗ ନିକଟରୁ ତିନୋଟି ବେଆଇନ ବାଲି ବୋଝେଇ ହାଇୱା ଜବଦ କରାଯାଇଛି। ଚଢ଼ାଉ ବେଳେ ଚାଲାକ ମାନେ ଖସିଯିବାରେ ସମର୍ଥ ହୋଇଥିଲେ। ଖଣି ବିଭାଗ ତିନୋଟି ଯାକ ଗାଡିକୁ ନନ୍ଦିପଦା ପୋଲିସ କୁ ହସ୍ତାନ୍ତର କରିଛି। ଏନେଇ ନନ୍ଦିପଦା ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି। ଖଣି ବିଭାଗର ବାରମ୍ବାର ଚଢ଼ାଉ ପରେ ବେଆଇନ ବାଲିଘାଟ ବନ୍ଦ ହୋଇ ଯାଇଥିବା ବେଳେ ଯେଉଁ କିଛି ଲିଜ ଘାଟ ଚାଲିଛି ସେଠାରୁ ବାଲି ଉତ୍ତୋଳନ ହେଉଛି। କିନ୍ତୁ ଟ୍ରାଂଜିଟ ପରମିଟ ନଥିବାରୁ ସେସବୁ ଗାଡି ଗୁଡିକୁ ଜବଦ କରାଯାଉଛି ବୋଲି ଖଣି ବିଭାଗ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ