ଗଞ୍ଜାମ ଜିଲ୍ଲା ଜଜଙ୍କ ଦିଗପହଣ୍ଡି ଗସ୍ତ : ବୁଲି ଦେଖିଲେ ନିର୍ମାଣାଧୀନ କୋର୍ଟ କୋଠା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସ ଶନିବାର ଅପରାହ୍ନରେ ଦିଗପହଣ୍ଡି ଗସ୍ତରେ ଆସି ପୁଡାମାରୀ ରାସ୍ତାରେ ନିର୍ମାଣାଧୀନ ରହିଥିବା ଦିଗପହଣ୍ଡି କୋର୍ଟ କୋଠା ପରିଦର୍ଶନ କରିଛନ୍ତି। ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ.ତାପସ କୁମାର ଦାସ , ସହକାରୀ ଯନ୍ତ୍ରୀ ଇଂ.ମନୋଜ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପରିଦର୍ଶନ ସମୟରେ ଦିଗପହଣ୍ଡି ସବଜଜ ମହାଶ୍ୱେତା ପରିଜା, ଜେଏମଏଫସି ନିଳିମା ଷଡ଼ଙ୍ଗୀ,ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ସମ୍ପାଦକ ପ୍ରଦୀପ କୁମାର ନାୟକ,ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ପରେଶ ଚନ୍ଦ୍ର ରଥ,ଚନ୍ଦ୍ରଧ୍ବଜ ସିଂହ, ସରକାରୀ ଓକିଲ ନକୁଳ ପ୍ରଧାନ, ଆଇନଜୀବି ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନଙ୍କ ସମେତ ଠିକାଦାର ଅନୁପ କୁମାର ଦାସ, ସରୋଜ କୁମାର ପାତ୍ର ଏବଂ ବିଚାର ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ଜଜ୍ ଅଶାନ୍ତ ଦାସ ବକେୟା କୋଠା କାମକୁ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ। ଏହା ପୂର୍ବରୁ ଜିଲ୍ଲା ଜଜ୍ ଦାସ ଦିଗପହଣ୍ଡି ସବଜେଲ୍ ପରିଦର୍ଶନ କରି ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିବା ଜଣାପଡିଛି।


