ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ସାଂସଦ କ୍ରୀଡା ମହୋତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପିଏମଶ୍ରୀ କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମରେ ୫ନଂ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ଉଦଘାଟକ ଭାବରେ ସାଂସଦଙ୍କ ପ୍ରତିନିଧି ସଲିମ ଖାନ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା ଓ ଗଣମାଧ୍ୟମ ପ୍ରତିନିଧି ଦିଲ୍ଲୀପ କୁମାର ଶତପଥି ପ୍ରମୁଖ ଯୋଗଦେଇ କ୍ରୀଡା ମହୋତ୍ସବକୁ ଉଦଘାଟନ କରିଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏଇ କ୍ରୀଡାରେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବାକୁ ୮ଟି ପଞ୍ଚାୟତର୧୪ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆମ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମ ମୋଦୀଙ୍କ ଆହ୍ୱାନରେ କେନ୍ଦ୍ରାପଡା ସାଂସଦଙ୍କ ଅଧିନରେ ହେଉଥିବା ସାଂସଦ ଖେଳର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ କିପରି ଭାରତର ଯୁବଶକ୍ତିକୁ ସୁସ୍ଥ ଓ ଫିଟ କରିପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିସହିତ ସୁସ୍ଥ ଶରୀର କିପରି ବିକଶିତ ଭାରତ ଗଠନରେ ସହାୟକ ହୋଇପାରିବ ତାହା ଅତିଥିମାନେ ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ। ପ୍ରତିଯୋଗିତା ମନୋଭାବ ନନେଇ ବା ଜିତିବାର ଆଶା ନରଖି ଖେଳ କିପରି ନିଜ ଶରୀରକୁ ନିରୋଗ ରଖିବାରେ ସହାୟକ ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ମହୋତ୍ସବରେ କବାଡି, ଭଲିବଲ,୧୦୦ମିଟର ରେସ, ୪୦୦ମିଟର ରେସ, ଲଙ୍ଗ ଜମ୍ପ, ହାଇ ଜମ୍ପ, ରିଲେ ରେସ, ସଟ ଦ ଫୁଟ ଖେଳରେ ପିଲାମାନେ ତାଙ୍କ କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ। ଖେଳ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜୋନରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରୀରିକ ଶିକ୍ଷକମାନେ ଖେଳକୁ ପରିଚାଳନା କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ