ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ହଜାର ଟଙ୍କା ଜୋରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ସ୍ୱୟଂପ୍ରକାଶ ନାୟକ ଓରଫ ଅରୁଣ। ମାମଲାର ବିରଣୀରୁ ପ୍ରକାଶ ଅଭିଯୁକ୍ତ ଅରୁଣ କେନ୍ଦ୍ରାପଡା ଜିଲ୍ଲାର ଏକ ପବ୍ଲିକ ସ୍କୁଲରେ ଅଟୋଚାଳକ ଭାବେ କାର୍ଯ୍ୟ କରୁଥିଲେ। ସେ ଅଟୋରେ ପ୍ରତିଦିନ ଛୋଟ ଛୋଟ ପିଲାଙ୍କୁ ସ୍କୁଲ ନେବାଆଣିବା କରିଥାନ୍ତି। ଯେତେବେଳେ ଅଟୋରେ ଜଣେ କି ଦୁଇଜଣ ଛୋଟ ଝିଅ ଥାନ୍ତି ସେତେବେଳେ ସେ ଛୋଟ ପିଲାଙ୍କ ସହ ବ୍ୟଭିଚାର କରିଥାଏ। ପରେ ସେମାନଙ୍କୁ ଧମକ ଦିଏ ଯେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ପାଇଁ। ଫଳରେ ପିଲାମାନେ ଭୟଭୀତ ହୋଇ ଘଟଣା ସମ୍ପର୍କରେ କାହାକୁ କିଛି କହୁନଥିଲେ। କିନ୍ତୁ ଗତ ଫେବୃୟାରୀମାସ ୧୯ତାରିଖରେ ଜନୈକ ୮ବର୍ଷର ନାବାଳିକାକୁ ଅଭିଯୁକ୍ତ ଅରୁଣ ବଳାତ୍କାର କଲା। ନାବାଳିକା ଜଣଙ୍କ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ। ଫଳରେ ନାବାଳିକା ଜଣଙ୍କ ଏସମ୍ପର୍କରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ଏଥିସହ ପୂର୍ବ ଦିନ ତାଙ୍କର ଜଣେ ସହପାଠୀଙ୍କ ସହ ଏଭଳି ଘଟଣା ଘଟିଥିଲା। ଏହି ଦୁଇଟି ଘଟଣା ସଂକ୍ରାନ୍ତରେ ନାବାଳିକାଙ୍କ ମା’ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ହାଲୁକା ଭାବେ ଗ୍ରହଣ କରି କୈାଣସି ପଦକ୍ଷେପ ନେଇନଥିଲେ। ଏନେଇ ନାବାଳିକାଙ୍କ ବାପା ୨୦୨୫ମସିହା ଫେବୃୟାରୀମାସ ୨୦ତାରିଖରେ ଥାନାରେ ଏତଲା ଦେଇଥିଲେ। ସେହି ଏତଲାକୁ ଭିତ୍ତିକରି ପୋଲିସ ପୋକ୍ସୋ ଦଫାରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ଅଟୋ ଚାଳକ ଅରୁଣ ନାବାଳିକାଙ୍କ ସହ ବ୍ୟଭିଚାର କରିଛି। ତେଣୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅପ୍ରେଲମାସ ୧୭ତାରିଖରେ ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପ୍ରଜ୍ଞାପରମିତା ରାଉଳ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏଥିସହ ପିଡିତାଙ୍କୁ ୬ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ଅଦାଲରତ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ