କେନ୍ଦ୍ର ଭାରୀ ଉଦ୍ୟୋଗ ଓ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଭାରୀ ଉଦ୍ୟୋଗ ଓ ଇସ୍ପାତ ମନ୍ତ୍ରୀ ଏଚ୍ଚ ଡି କୁମାରସ୍ୱାମୀ ଆଜି ନିଜ ପତ୍ନୀ କୁଟ୍ଟି ରାଧିକା ଅନିତା କୁମାରଶ୍ୱାମୀଙ୍କ ସହ କୋଣାର୍କରେ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଗାଇଡ ତାଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅବଗତ କରାଇଥିଲେ । ୪୦ ମିନିଟ ଧରି ସୂର୍ଯ୍ୟମନ୍ଦିର ଗର୍ତ୍ତରେ ଥିବା ପ୍ରତିଟି କଳାକୃତିକୁ ବୁଲି ଦେଖିବା ସହ ଆଠ ଶହ ବର୍ଷ ପୂର୍ବେ ଏହି ବିଶାଳ ମନ୍ଦିର ନିର୍ମାଣରେ ବ୍ୟବହୃତ ଲୁହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପୁରୀ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ