ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ସମ୍ପାଦକ ହେଲେ ହରପ୍ରସାଦ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି  ହରପ୍ରସାଦ ରଥ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍)ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସୁନ୍ଦରଗଡ଼ ଜିଲା ରାଉରକେଲା ଠାରେ ଅନୁଷ୍ଠିତ ଇସକଫ୍ ରାଜ୍ୟ ସମ୍ମିଳନୀରେ ୧୦୧ ଜଣିଆ ରାଜ୍ୟ ପରିଷଦ ଗଠନ କରାଯାଇଥିଲା।ସେଥି ମଧ୍ୟରୁ ସମିତିର ଗଞ୍ଜାମ ଜିଲା ସଭାପତି ରହିଥିବା ହର ପ୍ରସାଦଙ୍କ ସମେତ ଅନ୍ୟ ପ୍ରମୁଖ ଜିଲା ଗୁଡ଼ିକ ମଧ୍ୟରୁ ବିଜୟ କୁମାର ମହାନ୍ତି, ସଦାନନ୍ଦ ସାହୁ, ଅମରେନ୍ଦୁ ମହାନ୍ତି, ସଞ୍ଜୟ କୁମାର ପରିଜା ଏବଂ ଜାନକୀ ବଲ୍ଲଭ ମହାନ୍ତିଙ୍କୁ ନେଇ ସାଧାରଣ ସମ୍ପାଦକ ମଣ୍ଡଳୀ ଘୋଷଣା କରାଯାଇଛି। ଆନ୍ତର୍ଜାତିକ ଶାନ୍ତି ତଥା ଜାତୀୟ ସ୍ତରରେ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ଏବଂ ମୈତ୍ରୀ ବନ୍ଧନକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଥିବା ଇସକଫ୍ ର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ନିର୍ବାଚିତ ହେବା ପରେ ହରପ୍ରସାଦ ରଥ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଥିବା ପରିଲକ୍ଷିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ