ବିଶ୍ୱ ମତ୍ସ୍ୟ ଦିବସ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମତ୍ସ୍ୟ ଅଧିକାରୀଙ୍କ ତାଲିମ ଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ,ମାଛ ଜାଆଁଳ ଉତ୍ପାଦନକାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ । କେନ୍ଦୁଝର ଜିଲ୍ଲା ମତ୍ସ୍ୟ ବିଭାଗର ଉପ ନିଦେ୍ର୍ଦଶକ ପ୍ରମୋଦ କୁମାର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ସେନାପତି ଯୋଗଦେଇ ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ପ୍ରକଳ୍ପ ଉପରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ଆଲୋକପାତ କରିଥିଲେ । ମନରେଗା,ଓମ୍ବାଡସି ଏବଂ ଡିଏମ୍ଏଫ୍ ମାଧ୍ୟମରେ କ୍ଷେତ ପୋଖରୀ ଖନନ ହେଉଛି । ଏହାର ସୁବିଧା ନେବାକୁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଉଦ୍ୟାନ ବିଭାଗ ଉପ ନିଦେ୍ର୍ଦଶକ ସୌମେନ୍ଦ୍ର କୁମାର ପାଣିଗ୍ରାହୀ ମାଛ ଚାଷରେ ଜାଆଁଳ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାର ଗୁଣାତ୍ମକ ଓ ପରିମାଣତ୍ମକ ଭାବରେ ମାଛ ଚାଷରେ ଠିକ୍ ଭାବରେ ବ୍ୟବହାର ହେବା ଉଚିତ୍ । ଭଲ ମାଛ ଚାଷ ହେଲେ ଅଧିକ ମାଛ ଉତ୍ପାଦନ ହେବ, ଯାହା ପାଇଁ ଛୋଟବଡ ଶିଳ୍ପ ମଧ୍ୟ ଗଢି ଉଠିବ କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରବିନ୍ଦ ଦାସ କ୍ଷେତ ପୋଖରୀରେ ମିଶ୍ରିତ ମାଛ ଚାଷ କରି ଚାଷୀ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ । ମତ୍ସ୍ୟ ବିଶେଷଜ୍ଞ ଦିଲ୍ଲୀପ କୁମାର ରାଉତରାୟ ଜଳ ଭଣ୍ଡାରରେ ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱଆରୋପ କରିଥିଲେ । ଅନ୍ୟତମ ଅତିଥି ସିଡିଭିଓ କାର୍ଯ୍ୟାଳୟର ପ୍ରାଣୀ ଚିକିସôା ଅଧିକାରୀ ପ୍ରତୀକ କୁମାର ପହି ଅଧିକରୁ ଅଧିକ କ୍ଷେତ ପୋଖରୀ ହେଲେ ମାଛ ଚାଷ ଉତ୍ପାଦନରେ କେନ୍ଦୁଝର ଜିଲ୍ଲା ସ୍ୱାବଲମ୍ବୀ ହେବା ସହ ବିଭିନ୍ନ ପ୍ରକାର ଚାଷ କରି ଚାଷୀ ଲାଭବାନ ହେବେ ବୋଲି କହିଥିଲେ । କେନ୍ଦୁଝର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉମେଶ କୁମାର ଧରୁଆ ମାଛ ଚାଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଜଡିତ ମାଛ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତ୍ସା ହନ ଦିଆଯାଉଛି । ଯାହାଫଳରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ପରିବାର ଆର୍ଥିକ ଉନ୍ନତି ହୋଇପାରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ମତ୍ସ୍ୟ ଅଧିକାରୀ,ତେଲକୋଇ ବାଲ୍ମିକୀ ପାତ୍ର,ରବିନ୍ଦ୍ର କୁମାର ମାରାଣ୍ଡି,ନିହାର ରଞ୍ଜନ ନାୟକ,ଦିବ୍ୟଜ୍ୟୋତି ମହାନ୍ତ,ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ସସ୍ମିତା ନାୟକ,ସ୍ୱପ୍ନାପ୍ରୀତି ସିଂ,ତନୁଶ୍ରୀ ବେହେରା,ଅରୁଣ କୁମାର ପାତ୍ର,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ଭାଗ୍ୟବାନ ଲେଙ୍କା,ସୁଶିଲ ନାୟକ,ରଞ୍ଜନ କୁମାର ପାତ୍ର,ସଂଜୟ କୁମାର ନାୟକ ତଥା ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀମାନେ ସହଯୋଗ କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ବିରେନ କୁମାର ନାୟକ ମଂଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଭାବେ ପାଟଣା ବ୍ଲକର ମା’ ସରସ୍ୱତୀ ବିଶ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠି  ଓ ଘଟଗାଁ ବ୍ଲକର ସୁବାସ ଚନ୍ଦ୍ର ମିଶ୍ରଙ୍କୁ ସଫଳ ଚାଷୀ ଭାବେ ସମ୍ମାନୀତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ