ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଲାପଲ୍ଲୀ ଗ୍ରାମରେ ଦୁଇ ଜଣକୁ ଆକ୍ରମଣ
ଛତ୍ରପୁର, (ଓ୍ବାଇଏନଏସ):ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଜଣକୁ ଆକ୍ରମଣ ହୋଇଛି | ଆକ୍ରମଣରେ ଆହତ ହୋଇଥିବା ୨ ଜଣ ଗୋଲାପଲ୍ଲୀ ଗ୍ରାମର କେ. ଲାଛିକା ପାତ୍ର ଓ କେ. ରୁରାତ ପାତ୍ର | ଉଭୟ ସଂପକ୍ରିୟ ଦାଦା ପୁତୁରା ବୋଲି ଜଣାପଡିଛି l ଗୁରତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଛତ୍ରପୁର ପୁଲିସର ତଦନ୍ତ ଜାରି ରହିଛି | କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟ୍ୟ ରେ ବାଦ ବିବାଦ ଲାଗି ରହିଆସୁଥିଲା | ଆଜି ସକାଳୁ ଦାଦା ଓ ପୁତୁରା ଛେଳି ଚରାଇବା ପାଇଁ ପାହାଡ଼କୁ ଯାଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କିଛି ଜଣ ଆସି ଗୋଲା କାତି ଓ ହାମାର ଯୋଗେ ଆକ୍ରମଣ କରିଥିଲେ | ଗୁରୁତର ଅବସ୍ଥାରେ ସମ୍ପକୀୟ ମାନେ ଛତ୍ରପୁର ମେଡିକାଲ ଆଣିଥିଲେ | ଘଟଣାର ଖବର ପାଇଁ ଛତ୍ରପୁର ଏସଡିପିଓ ଏବଂ ଥାନା ଅଧିକାରୀ ପହଂଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି | କିଛି ଦିନ ତଳେ ଉଭୟ ଗୋଷ୍ଠୀ ମଧ୍ୟରେ ମଧ୍ୟ ମାରପିଟ ହୋଇଥିବା ବେଳେ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଥିଲା l ଆହତ ମାନଙ୍କଙ୍କୁ ଦେଖିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ଡାକ୍ତରଖାନାରେ ପହଞ୍ଚିଥିଲେ l ଖବର ଲେଖା ହେଲା ମଧ୍ୟରେ ଥାନାରେ ମାମଲା କିଏ ଦେଇ ନଥିବା ସୂଚନା ମିଳିଛି l


