ବିଶ୍ଵ ଭିନ୍ୟକ୍ଷମ ଦିବସ ଉପଲକ୍ଷେ ପ୍ରସ୍ତୁତି
ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ଵ ଭିନ୍ୟକ୍ଷମ ଦିବସ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ୟକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆସନ୍ତା ଡିସେମ୍ବର ୧-୩ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ଭିନ୍ୟକ୍ଷମ ମାନଙ୍କ ନିମନ୍ତେ ବିଭନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିପାଇଁ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ର ୪ଜଣ ଛାତ୍ର ଓ ୪ଜଣ ଛାତ୍ରୀ ଗତ ୨୭/୧୧/୨୦୨୫ ତାରିଖ ଠାରୁ ଦୃଷ୍ଟିହୀନ ଫୁଟବଲ ପ୍ରତିଯୋଗିତା ରେ ଯୋଗ ଦେଇଥିବା ବେଳେ ଅଦ୍ୟ ତା ୩୦/୧୧/୨୫ ରିଖରେ ଦୃଷ୍ଟିହୀନ ବର୍ଗ ର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପାଇଁ ୬ ଜଣ ବାଳିକା,ସଙ୍ଗୀତ ପାଇଁ ୩ ଜଣ ବାଳକ ଓ ୧ ଜଣ ବାଳିକା, ଦୌଡ଼ ପାଇଁ ଜଣେ ବାଳକ ଓ ଜଣେ ବାଳିକା, ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଜଣେ ବାଳିକା, ସଟ୍ ପୁଟ ପାଇଁ ଜଣେ ବାଳକ, ମାନସିକ ପକ୍ଷାଘାତ ୫୦ ମିଟର ଦୌଡ ପାଇଁ ୨ଜଣ ବାଳକ ଭୁବନେଶ୍ୱର ଗସ୍ତ କରିଛନ୍ତି । ସେମାନଙ୍କୁ ସହାୟତା ପାଇଁ ଶିକ୍ଷକ ଗୌରାଙ୍ଗ ପ୍ରଧାନ, ସଞ୍ଜୀବ ବେହେରା, ସୌମ୍ୟ ସେନାପତି, ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ, ବାସନ୍ତୀ ସିଂହ, ମୋନାଲିସା ସାହୁ ଓ ସହାୟିକା ଅଜୀତା ଦାସ ଯାତ୍ରା କରିଛନ୍ତି।ଯାତ୍ରା ର ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦ୍ଦେଶକ ଦିବାକର ସ ଶୁଭକାମନା କରିଛନ୍ତି।


