ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ମହକୁମା ଠାରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବରରେ   ଅନୁଷ୍ଠିତ ହୋଇଯାଇଛି।  ଗାୟତ୍ରୀ ପରିବାର ପକ୍ଷରୁ ପୂନ୍ୟତୋୟା ନାଗାବଳି ଓ କଲ୍ୟାଣୀ ତଟର ପାବନ ଭୂମି କଲ୍ୟାଣ ସିଂହପୁର ଠାରେ ବେଦମାତା ଗାୟତ୍ରୀଙ୍କ ମନ୍ଦିର ପ୍ରତିଷ୍ଠା, ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ଗାୟତ୍ରୀ ତୀର୍ଥ, ଶାନ୍ତି କୁଞ୍ଜ, ହରିଦ୍ୱାର ତତ୍ତ୍ଵାବଧାନରେ ତିନି ଦିନ ଧରି ପାଳନ କରାଯାଇଛି। ଏ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ୧୦୮ଟି କଳସ ରେ   ନାଗାବଳି ଓ କଲ୍ୟାଣୀ ସଙ୍ଗମ ଠାରୁ ଜଳ ସଂଗ୍ରହ କରି ରୀତିନୀତି ଅନୁଯାୟୀ ପୂଜା ପାଠ କରି  ଉକ୍ତ କଳସକୁ ନଗର ପରିକ୍ରମା କରି ମନ୍ଦିର ପ୍ରତିଷ୍ଠା ସ୍ଥାନରେ ସ୍ଥାପନ କରିଥିଲେ। ଅପରାହ୍ନ ରେ ପୁରାତନ ବିଗ୍ରହ ବିସର୍ଜନ କରି ଦଧି ନଉତି ପୂଜନ, ଚକ୍ର ଓ ଧ୍ୱଜା ସ୍ଥାପନ, ଅଙ୍କୁରାରୋପଣ, ଅଧିବାସ କରାଯିବ ପରେ ସନ୍ଧ୍ୟାରେ ଯୁଗ ସଙ୍ଗୀତ ଓ ପ୍ରବଚନ କରାଯାଇଥିଲା। ଦୁଇ ତାରିଖ ଦିନ ସକାଳୁ ସାମୂହିକ ଜପ, ଦଶଶ୍ନାନ, ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା,, ଷଡ଼ସ ଉପଚାର, ପୂଜନ, ହୋମ, ଆରତୀ, ସର୍ବସାଧାରଣ ଦର୍ଶନ କରିବା ପରେ ଦିନ ୧୦ଘଣ୍ଟା ସମୟରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ଦେବ ପୂଜନ ଓ ମଧ୍ୟାହ୍ନ ରେ ପ୍ରସାଦ ସେବନ ସନ୍ଧ୍ୟା ରେ ଦୀପ ଯଜ୍ଞ,ସଙ୍ଗୀତ ଓ ପ୍ରବଚନ କରାଯାଇଛି।ଆଜି ଶେଷ ଦିନରେ ସକାଳୁ ଆରତୀ, ମାଙ୍କ ପୂଜନ, ଵିଧି ଅନୁଯାୟୀ ଷୋଡଶ ଉପଚାର, ଯଜ୍ଞ ଓ ଷୋଡଶ ସଂସ୍କାର ପୂର୍ଣ୍ଣାହୁତି କରାଯାଇଛି। ଆଜି ପ୍ରାୟ ଦୁଇ ହଜାର ଭକ୍ତ ଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ମିଳିଛି। ଏଥିରେ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହା ତିନି ଦିନ ଧରି ଆଡମ୍ବର ପାଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ