ବନ୍ତ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆସ୍ଥିତ ପଞ୍ଚାୟତ ହାଇସ୍କୁଲ ଠାରେ ବନ୍ତ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ଭାବେ ଜିଲା ଓଷ୍ଟା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ମିଶ୍ର, ରାଜ୍ୟ ଓଷ୍ଟାର ପୂର୍ବତନ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ । ବ୍ଲକ ସଭାପତି ଭାବେ ଶ୍ରୀକାନ୍ତ ପଣ୍ଡା, ଉପ ସଭାପତି ଭାବେ ଆନନ୍ଦ ଚନ୍ଦ୍ର ରାଉତ, ପ୍ରତିମା ଭୂୟାଁ, ସମ୍ପାଦକ ଭାବେ ସନ୍ତୋଷ କୁମାର ଜେନା, ଯୁଗ୍ମ ସମ୍ପାଦକ ଭାବେ ପୂର୍ଣ୍ଣ ଚନ୍ଦ୍ର କର, ଆଲୋକ କୁମାର ପ୍ରଧାନ, ସୁପ୍ରଭା ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଆଲୋକ ରଞ୍ଜନ ମୁଖାର୍ଜୀ, ଜଗନ୍ନାଥ ଦ୍ୱିବେଦୀ, ପ୍ରଶାନ୍ତ କୁମାର ଜେନା, ଜିଲା କାର୍ଯ୍ୟକାରିଣୀ ସଭ୍ୟ ଭାବେ ନିତ୍ୟାନନ୍ଦ ସାମଲ, ରମାକାନ୍ତ ଜେନା, ଅନନ୍ତ ଚରଣ ଜେନା, ଜଗନ୍ନାଥ ପତି ନିର୍ବାଚିତ ହୋଇଥିଲେ । ଶେଷରେ ବିଦାୟୀ ବ୍ଲକ ସଭାପତି ନାରାୟଣ ଚନ୍ଦ୍ର ସାମଲ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ