ଚଷାନିମଖଣ୍ଡି ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନାମିକା ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଣାଣୀରେ ତହସିଲଦାର ସନ୍ତୋଷ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନୀ , ଗ୍ରାମ ପଞ୍ଚାୟତ ଅଧିକାରୀ ରୋଜାଲିନ୍ ଦଳାଇ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ସହକାରୀ ଯନ୍ତ୍ରୀ ଇଂ. ସୁନୟନା ପାଣିଗ୍ରାହୀ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଧନୁଜ କୁମାର , ଏଡିଓ ପ୍ରଦୀପ ମଳିକ, ରାଜସ୍ବ ନୀରିକ୍ଷକ ଅମିତ କୁମାର ସ୍ବାଇଁ , ରାଜସ୍ବ ସୁପ୍ରଭାଇଜର ବାବୁ ସେଠୀ , ଘୋଡାହାଡ ଜଳସେଚନ ସହକାରୀ ଯନ୍ତ୍ରୀ ଇଂ. ଦେବରାଜ ଗୈାଡ , ଉଦ୍ୟାନ ସଂପ୍ରସାରଣ କର୍ମଚାରୀ ପ୍ରଦୀପ କୁମାର ସେଠୀ , ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ମୃତ୍ତିକା ସଂରକ୍ଷଣ ପରାମର୍ଶଦାତା ଜଗଦୀଶ ମହାନ୍ତି , ସିଆରସିସି ସିମାଞ୍ଚଳ ଗୈାଡ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ବହୁ ହିତାଧିକାରୀ ମାନେ ନୂତନ ରାସନ୍ କାର୍ଡ , ବିଭିନ୍ନ ପ୍ରକାର ଭତ୍ତା , ଆବାସିକ ଯୋଜନା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ । ଏହି ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


