ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଲିବଲ ଟିମରେ ପିପୁଲସ କଲେଜ ଛାତ୍ର

ବୁଗୁଡ଼ା, (ଅନୀଲ କୁମାର ମହାରଣା): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଭଲିବଲ୍ ପୁରୁଷ ଦଳ ପୂର୍ବାଞ୍ଚଳ ଆନ୍ତଃବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୁଜାଫରପୁର ଯାଇଥିବା ବେଳେ ସେହି ଟିମରେ ବୁଗୁଡା ପିପୁଲସ କଲେଜର ଛାତ୍ର ଆଲୋକ ବେହେରା ସ୍ଥାନ ପାଇଛନ୍ତି। ଏହି ଆନ୍ତଃବିଶ୍ବବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଡିସେମ୍ବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ମୁଜାଫରପୁର ବାବା ସାହେବ ଭୀମ ରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟିମ୍‌ରେ ଖେଳାଳିଙ୍କ ସମେତ ମ୍ୟାନେଜର ଭାବେ ଜନସନ୍ ଦିଗାଲ ଓ କୋଚ୍ ରୂପେ  ରଶ୍ମିରଞ୍ଜନ ତ୍ରିପାଠୀ ମଧ୍ୟ ମୁଜାଫରପୁର ଅଭିମୁଖେ ଯାତ୍ରା କରିଛନ୍ତି। ଆଲୋକ ବେହେରା ପିପୁଲସ କଲେଜର ଛାତ୍ର ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟିମରେ ସ୍ଥାନ ପାଇଥିବାରୁ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା  ଶୁଭେଚ୍ଛା ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ