ଛାତ୍ର, ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୫କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ର, ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ମଣ୍ଡଳଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ପୁରୀ ସଦର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର, ମୁଖ୍ୟବକ୍ତା ସୁଶାନ୍ତ ପରିଡା, ସଂମ୍ମାନିତ ଅତିଥି ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା, ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ସହଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସାଧନସଂଯୋଜକ ରବୀନ୍ଦ୍ର କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ। ଅସ୍ତରଙ୍ଗ ମଣ୍ଡଳଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ୧୩୧ଟି ବିଦ୍ୟାଳୟ ରୁ ୨ଶହ ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ କୃତି ଛାତ୍ର, ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ତୃତୀୟ ରୁ ପଞ୍ଚମ ଗୋଟିଏ ବିଭାଗ କରାଯାଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଓ ନବମ ଏବଂ ଦଶମ କୁ ନେଇ ୩ଟି ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର, ଛାତ୍ରୀ ଜିଲ୍ଲାସ୍ତର କାର୍ଯ୍ୟକ୍ରମ ଭାଗ ନେବେ। କାର୍ଯ୍ୟକ୍ରମ ଶେଷରେ ସାଧନ ସଂଯୋଜକ ସନ୍ତୋଷ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ