ବୟସକୁ ଚଞ୍ଚକତା କରି ଭତ୍ତା ହାତେଇ ନେଇଥିବା ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭୋଟର ତାଲିକାରେ ବୟସକୁ ଚଞ୍ଚକତା ପୂର୍ବକ ବୃଦ୍ଧି କରି ଭତ୍ତା ହାତେଇ ନେଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବସପୁର ଗ୍ରାମର ମହନି ଚରଣ ନାୟକଙ୍କ ପୁଅ କୈଳାସ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ରଞ୍ଜିତା ନାୟକଙ୍କ ବୟସ ୨୦୨୩ମସିହା ଭୋଟର ତାଲିକାରେ ପାଟକୁରା ବିଧାନସଭା କ୍ଷେତ୍ରର ୧୧୩ନମ୍ବର ବୁଥରେ ଘର ନମ୍ବର-୩୦ରେ ୪୭ ବର୍ଷ ଥିବା ରେକର୍ଡ ରହିଛି। କିନ୍ତୁ ଉଭୟ ପତିପତ୍ନୀ ସେମାନଙ୍କ ବୟସ ୨୦୨୪ମସିହା ଭୋଟର ତାଲିକାରେ ଚଞ୍ଚକତା କରି ଯଥାକ୍ରମେ ୬୧ ଓ ୬୦ ବର୍ଷ କରିଦେବା ସହ ଦୁଇଜଣ ଯାକ ବାର୍ଦ୍ଧକ୍ୟ ଭତ୍ତା ହାତେଇ ନେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ସୁମନ୍ତ ସ୍ୱାଇଁ, ଅକ୍ଷୟ କୁମାର ନାଥ, ରଞ୍ଜନ ନାୟକ, ରାଜେନ୍ଦ୍ର ଦାସ, ସୁକାନ୍ତ କୁମାର ମହାରଣା, ସୁଜିତ ରଣା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହିତ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି କରିଛନ୍ତି।


